‘ମିଶନ ଆଶାଲୋକ’ର ଉଦ୍ଘାଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ୍ ଫୋରମ ତରଫରୁ ର୍ସବପ୍ରଥମ ପୁରୁଷ ମାନସିକ ରୋଗୀଙ୍କ ନିମନ୍ତେ ଚିକିତ୍ସା ଏବଂ ଥଇଥାନ କେନ୍ଦ୍ର ‘ମିଶନ ଆଶାଲୋକ’ର ପରିକଳ୍ପନା କରାଯାଇଅଛି । ଏହି କେନ୍ଦ୍ରଟି ୫ ନମ୍ବର ଜାତୀୟ ରାଜପଥ ନିକଟ ଗଙ୍ଗପଡ଼ାସ୍ଥିତ ଭଟ୍ଟଖୁରୀ ଗ୍ରାମରେ ଆରମ୍ଭ କରାଯିବ ବୋଲି ମିଶନ ଆଶ୍ରାର ପ୍ରତିଷ୍ଠାତା ତଥା ପିପୁଲସ୍ ଫୋରମର ସଭ୍ୟ ସମ୍ପାଦକ ଗୋବିନ୍ଦ ପଟ୍ଟନାୟକ କହିଛନ୍ତି । ପୂର୍ବରୁ ପିପୁଲସ୍ ଫୋରମ ଦ୍ୱାରା ୨୦୦୩ ମସିହାରେ ମାନସିକ ରୋଗଗ୍ରସ୍ତ ଅସହାୟା ମହିଳାମାନଙ୍କ ନିମନ୍ତେ ଚିକିତ୍ସା ଓ ଥଇଥାନ କେନ୍ଦ୍ର ‘ମିଶନ ଆଶ୍ରା’ ପ୍ରତିଷ୍ଠା କରାଯାଇଅଛି । ଯାହାଦ୍ୱାରାକି ଆଜିପର୍ଯ୍ୟନ୍ତ ସମଗ୍ର ରାଜ୍ୟରୁ ଓଡ଼ିଶା ତଥା ଓଡ଼ିଶା ବାହାରର ତିନିହଜାର ଅସହାୟା ମାନସିକ ମହିଳା ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା ଓ ଥଇଥାନ କରାଯାଇଅଛି । ତନ୍ମଧ୍ୟରୁ ଏକ ହଜାରରୁ ଉଦ୍ଧ୍ୱର୍ ମହିଳାଙ୍କୁ ସୁସ୍ଥ ହେଲା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇ ପାରିଛି । ସ୍ଥାନୀୟ ଭାରତ ଓ ସ୍କାଉଟ୍ ଗାଇଡ଼ ସଭାକକ୍ଷରେ ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମହିଳା ମାନସିକ ରୋଗୀଙ୍କ ପରି ପୁରୁଷ ଅସହାୟ ମାନସିକ ରୋଗୀ ମଧ୍ୟ ଅକଥନୀୟ ଯନ୍ତ୍ରଣା ପାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୁରୁଷ ମାନସିକ ରୋଗୀଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇପାରିବ ସେଥିନିମନ୍ତେ ଏହି ମିଶନ ଆଶାଲୋକ କାର୍ଯ୍ୟ କରିବ । ଏହି ରୋଗୀମାନଙ୍କୁ ଉଦ୍ଧାର କରିବା ପାଇଁ ୧୪ ତାରିଖ ଠାରୁ ୫ଟି ଆମ୍ବୁଲାନ୍ସ ଓ ୪୦ଜଣ ସ୍ୱେଚ୍ଛାସେବୀଙ୍କ ଏକ ଟିମ୍ ଗଠନ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆସନ୍ତା ୧୭ ତାରିଖ ଦିନ ମିଶନ ଆଶାଲୋକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ