୨୪ତମ ସମାଜମଙ୍ଗଳ ହୁଣ୍ଡିରୁ କର୍କଟ ପୀଡ଼ିତ ଶୁଭ୍ରାଂଶୁଙ୍କୁ ସାହାଯ୍ୟର ହାତ ବଢ଼ାଇଲା କଳ୍ପନା ଛକ ଟୋକା ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ କଳ୍ପନା ଛକ ଟୋକା ସଂଘର ୨୪ତମ ସମାଜ ମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ କଳ୍ପନା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ହୁଣ୍ଡିରୁ ଆଦାୟ ମୋଟ ୧୮ ହଜାର ୩୩୫ ଟଙ୍କା ଅର୍ଥରାଶି ଖୋର୍ଦ୍ଧା ବୋଲଗଡ଼ ବେଗୁନିଆଁ ଅଞ୍ଚଳର ୧୮ ବର୍ଷର କର୍କଟ ପୀଡ଼ିତ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କୁ ପ୍ରଦାନ କରିଛି ସଂଘ । ସଙ୍ଘ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯେଗଦେଇ ସମାଜ ମଙ୍ଗଳ ହୁଣ୍ଡି ଭାଙ୍ଗିଥିଲେ ଓ ଏହି କାର୍ଯ୍ୟକ୍ରମ ବ୍ୟାପକ ପ୍ରଚାର ପ୍ରସାର ହେଲେ ଅନେକ କର୍କଟ ପୀଡ଼ିତ ଆର୍ଥିକ ସହଯୋଗ ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ୪୨ ନମ୍ବର ୱାର୍ଡ଼ର କର୍ପୋରେଟର ଆଶିଷ କୁମାର ପଟ୍ଟନାୟକ, ବଡ଼ଗଡ଼ ଗ୍ରାମର ବିଶିଷ୍ଟ ସମାଜସେବୀ ଆଦିତ୍ୟ ଗଜେନ୍ଦ୍ର, ସାମ୍ବାଦିକ କିଶନ ବରାଇ, ସାମ୍ବାଦିକ ଲକ୍ଷ୍ମୀକାନ୍ତ ଦସ (ନବୀନ), ସାମ୍ବଦିକ ପ୍ରଶାନ୍ତ ଦାସ, କର୍ପୋରେଟର ଭରତ ଲେଙ୍କା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଧୀରେନ ଶଙ୍କର ଦାସ, ରୋହିତ କୁମାର, ସଞ୍ଜୟ ପରିଡ଼ା, ଚିତ୍ତରଞ୍ଜନ ଦାସ, ଭୁବନାନନ୍ଦ ସାମନ୍ତ, ବର୍ଷା ଦାସ, ମମତା ପ୍ରିୟଦର୍ଶିନୀ ମହାପାତ୍ର, ନିରଞ୍ଜନ ସାହୁୁ, ଶ୍ରୀକାନ୍ତ ମିଶ୍ର, ବିଶ୍ୱଜିତ ଦାସ, ଲୋଚନ ବେହେରା, କବଚ ବେହେରା ପ୍ରମୁଖ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଂଘ ସଭାପତି ଧୀରେନ ରାୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ