ମୁକ୍ତା ଯୋଜନାକୁ ନେଇ ସାଂସଦଙ୍କ ପ୍ରେସମିଟ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଏବଂ କାଶୀନଗର ଏନ୍ଏସିରେ ମୁକ୍ତା ଯୋଜନା ସମ୍ପର୍କିତ ଏକ ଭିଡିଓ କନ୍ଫେରେନ୍ସ ମାଧ୍ୟମରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ । ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ସାହୁ ସୂଚନା ଦେଇ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତା ଯୋଜନାରେ ଗଜପତିର ଉଭୟ ସହରାଞ୍ଚଳର ବିକାଶ ପାଇଁ ପାଖାପାଖି ୭କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ଯାହାକି ଆଗାମୀ ଦିନରେ ଅନୁମୋଦନ ହୋଇ ଉଭୟ ସହରାଞ୍ଚଳ ବାସୀ ଏକ ଖୁସି ଖବର ପାଇବେ ବୋଲି କହିଛନ୍ତି । ଫଳରେ ଉଭୟ ସହରାଞ୍ଚଳର ବିଭିନ୍ନ ସାମୂହିକ ବିକାଶ ସହ ଭିତ୍ତିଭୂମୀ,ଷ୍ଟ୍ରିଟଲାଇଟ୍, ଡ୍ରେନେଜ୍ ବ୍ୟବସ୍ତା, ଚଲାପଥ, ଭେଣ୍ଡିଙ୍ଗ ଜୋନ୍ ଆଦି କରାଯିବ । ଯାହାକି ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ବୃଦ୍ଧିପାଇବ ବୋଲି ଜଣାଇଛନ୍ତି । ଏହା ସହ ଗଜପତିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଭିନ୍ନ ମଠ ମଦନ୍ଦିର, ଚର୍ଚ୍ଚ, ଗିର୍ଜାଘର, ଭାଗବତ ଟୁଙ୍ଗି ଆଦି ସାମୂହିକ କାର୍ଯ୍ୟପାଇଁ ୧୮କୋଟି ଟଙ୍କାରୁ ଉର୍ଦ୍ଧ ଅନୁମୋଦନ କରିସାରିଛନ୍ତି । ସେହିପରି ଆଗାମୀ ଦିନରେ ମଧ୍ୟ ବିକାଶ ନିମନ୍ତେ ଅଧିକା ଟଙ୍କା ଅନୁମୋଦନ ପାଇଁ ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବାର କହିଛନ୍ତି ।


