ମୁକ ବଧିର ବିଦ୍ୟାଳୟରେ ରାଜ୍ୟ ଭିନ୍ନକ୍ଷମ କମିସନରଙ୍କ ଅଚାନକ ପରିଦର୍ଶନ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗୋପାଳପୁରସ୍ଥିତ ରଙ୍କନିଧି ଅନ୍ଧମୁକବଧିର ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଚାଲିଥିବା ନେଇ ରାଜ୍ୟ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଆଜି ରାଜ୍ୟ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ସୁଲୋଚନା ଦାସ ଅଚାନକ ପରିଦର୍ଶନରେ ଆସି ଅନ୍ୟ ସ୍କୁଲରୁ ସକ୍ଷମ ପିଲା ମାନଙ୍କୁ ଆଣି ମୁକ ବଧିର ପରିଚୟ ଦେଇ ସେଠାରେ ପାଠ ପଢାଯାଉଥିବାର ଦେଖିବାକୁ ପାଇଥିଲେ । ପିଲା ମାନଙ୍କୁ ପଚାରିବା ପରେ କମିସନର ଅଧ୍ୟକ୍ଷା ସବୁ ସତ ଜାଣିବାକୁ ପାଇଥିଲେ । ଏଥିସହ ସେ ବିଦ୍ୟାଳୟର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ଏହି ପରିଦର୍ଶନ ବେଳେ ଉପଦେଷ୍ଟା ସତ୍ୟବ୍ରତ ଦାସ, ଡିଏସଏସଓ ହରେନ୍ଦ୍ର କୁମାର ଦେହୁରୀ, ଅତିରିକ୍ତ ଉପଜିଲାପାଳ ବାସନ୍ତୀ ସାମଲ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ