ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ୫ ସ୍ମାର୍ଟ ହାଇସ୍କୁଲ ଉଦଘାଟିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ): ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ବ୍ଲକର ଗୋଠଗାଁ ଉଚ୍ଚ ବିଦ୍ୟାଳୟ, ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟ, ଢ଼ିଙ୍କିସାଳଉଚ୍ଚ ବିଦ୍ୟାଳୟ,ଡେଙ୍ଗାପଦରଉଚ୍ଚ ବିଦ୍ୟାଳୟ, ସହ ଧନନ୍ତରଉଚ୍ଚ ବିଦ୍ୟାଳୟ ଉଦଘାଟନ କରିଛନ୍ତି। ବିଦ୍ୟାଳୟର ଉନ୍ନତ ମାନର କ୍ଲାସ ରୁମ, ଉନ୍ନତ ମାନର ବିଜ୍ଞାନ ପ୍ରୟୋଗ ଶାଳା,ଅତ୍ୟାଧୁନିକ ସାଜସଜ୍ଜା ସହ ଡିଜିଟାଲ ଡିପ୍ଲେ ସାଙ୍ଗକୁ ବ୍ଲାକ ବୋର୍ଡ଼ ବଦଳରେ ହ୍ଵାଇଟ ବୋର୍ଡ଼ ରେ ଲେଖିବେ ଶିକ୍ଷ ଏହା ସ୍ମାର୍ଟ ଲାଇବ୍ରେରୀସୁନ୍ଦର ପରିବେଶ ରେ ବାର୍ତ୍ତାବରଣ ରେ ଛାତ୍ରଛାତ୍ରୀ ପାଠ ପଢ଼ିବେ ବୋଲି କହିଛନ୍ତି। ଉଦଘାଟନି କାର୍ଯ୍ୟକ୍ରମ ଢ଼ିଙ୍କିସାଳ ଉଚ୍ଚ ବିଦ୍ୟାଳୟ ରେ ଆଳି, ରେମୁଣା ଓ ଭଦ୍ରକ ବିଧାୟକ ପ୍ରତାପ କେଶରୀ ଦେବ, ସୁଧାଂଶୁ ଶେଖର ପରିଡ଼ା,ସଞ୍ଜୀବ କୁମାର ମଲ୍ଲିକ,ଵ୍ରହ୍ମପୁର ଉପ ଜିଲ୍ଲାପାଳ କୀର୍ତ୍ତୀ ଭାସନ ଭି,ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ,ସେହି ଭଳି ଗୋଠଗାଁ ଉଚ୍ଚ ବିଦ୍ୟାଳୟ ଭଣ୍ଡାରିପୋଖରୀ ଓ ବସ୍ତା ବିଧାୟକ ପ୍ରଫୁଲ କୁମାର ସାମଲ ଓ ନିତ୍ୟାନନ୍ଦ ସାହୁ ,ଏଡ଼ିଏମ ଲିନା କୁମାରୀ,ବେଳଗୁଣ୍ଠା ବିଡ଼ିଓ ଶଶୀ ଭୂଷଣ ମହାପାତ୍ର, ଧନନ୍ତର ଉଚ୍ଚ ବିଦ୍ୟାଳୟ ରେ ବାଲେଶ୍ୱର ଓ ରଘୁନାଥପଲ୍ଲୀ ବିଧାୟକ, ସ୍ୱରୂପ କୁମାର ଦାଶ, ସୁବ୍ରତ ତରାଇ,ପିଡ଼ି ସୁଦାମ ଚରଣ ମଣ୍ଡଳ,ଦିଗପହଣ୍ଡି ବିଡ଼ିଓ ହଳ ଧର ଶବର, ଡେଙ୍ଗାପଦର ଉଚ୍ଚ ବିଦ୍ୟାଳୟ ରେ ମୋରଡ଼ା ଓ ସୋର ବିଧାୟକ ରାଜ କିଶୋର ଦାଶ ଓ ପର୍ଶୁରାମ ଧଡ଼ା,ଛାତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟୀ,ପୁରୁଷୋତ୍ତମ ବିଡ଼ିଓ ବିଜୟ କୁମାର ବେହେରା,ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟ ରେ ସିମୁଳିଆ,ଧର୍ମଶାଳା ଓ ବାସୁଦେବପୁର, ବିଧାୟକ ଜ୍ୟୋତିଷ ପ୍ରକାଶ ପାଣିଗ୍ରାହୀ, ପ୍ରଣବ କୁମାର ବଳବନ୍ତରାୟ, ବିଷ୍ଣୁବ୍ରତ ରାଉତରାୟ ସାନଖେମୁଣ୍ଡି ବିଡ଼ିଓ ସହ ସମସ୍ତ ବିଧାୟକ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ତାମ୍ପରା ହ୍ରଦ,ତାରା ତାରିଣୀ ମନ୍ଦିର ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ କହିଥିଲେ। ଉପସ୍ଥିତ ରହିବା ସହ ବ୍ଲକ ର ଅନ୍ୟ ସରକାରୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ସ୍ମାର୍ଟ ବିଦ୍ୟାଳୟ ଗୁଡ଼ିକର ଉଦଘାଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ