ପ୍ରାଣୀ ଚିକିତ୍ସକଙ୍କୁ ସମ୍ବର୍ଦ୍ଧିତ କଲା ଜିଲା ପ୍ରାଣୀଧନ ନୀରିକ୍ଷକ ସଂଘ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମହୁଲଗଢିଆ ଗ୍ରାମର ତଥା ତିହିଡି ବ୍ଲକର ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରାକର ଜେନାଙ୍କୁ ନାଇଜେରିଆସ୍ଥିତ ୱେଷ୍ଟ ଆଫ୍ରିକାନ୍ ଗଭର୍ଣ୍ଣମେଣ୍ଟ କମିସନ ପକ୍ଷରୁ ୱାରଲ୍ଡ ଜେନିୟସ୍ ରେକର୍ଡ ଆର୍ନ୍ତଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏପରିପେକ୍ଷୀରେ ଜିଲା ପ୍ରାଣୀଧନ ନୀରିକ୍ଷକ ସଂଘ ପକ୍ଷରୁ ଡାକ୍ତର ଜେନାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଜିଲା ସଂଘର ଉପସଭାପତି ପ୍ରିୟବ୍ରତ ରାଉତ ଓ ବ୍ଲକ ସଙ୍ଗଠକ ଭକ୍ତ ଚରଣ ମଲ୍ଲିକ ଡାକ୍ତର ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଏହା ଜିଲା ପ୍ରାଣୀ ଚିକିତ୍ସା ବିଭାଗର ଗର୍ବ ଓ ଗୌରବ ବୋଲି କହିଥିଲେ ।


