ମୁଖ୍ୟମନ୍ତ୍ରୀ ସମାରୋହ ନିକଟରୁ ବୋମା ଉଦ୍ଧାର
ନୂଆଦିଲ୍ଲୀ: ଅମୃତସରର ପାଖ କଲୋନୀ ରଣଜିତ୍ ଆଭେନ୍ୟୁରୁ ମିଳିଥିବା ବୋମାଟି ବମ୍ ଡିସ୍ପୋଜାଲ ସ୍କ୍ୱାର୍ଡ଼ ଦ୍ୱାରା ନଷ୍ଟ କରାଯାଇଛି । ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦ୍ର ସିଂ ସେହି ରଣଜିତ୍ ଆଭେନ୍ୟୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ଯେଉଁଠାରୁ ବୋମା ଉଦ୍ଧାର କରାଯାଇଥିଲା ।
ଏକ ଖାଲି ପ୍ଲଟରୁ ହ୍ୟାଣ୍ଡ ଗ୍ରେନେଡ଼୍ ମିଳିବା ପରେ ବୋମା ଉଦ୍ଧାର କରାଯାଇଥିଲା । ପୋଲିସ ଏହି ବୋମାକୁ ଜବତ କରିଛି ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମନୱାଲାର ନିର୍ବାଣ ସହର ପଛରେ ଥବବା ଏକ ସ୍ଥାନରେ ଏହାକୁ ନଷ୍ଟ କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଚାରି ଦିନ ପୂର୍ବେ ଅମୃତସର ଜିଲ୍ଲାର ସୀମାନ୍ତ ଗ୍ରାମରୁ ଡ୍ରୋନ୍ ମାଧ୍ୟମରେ ଗୁଳି, ମୁଦ୍ରା ଏବଂ ଅସ୍ତ୍ରଶସ୍ତ୍ର ପଠାଯାଇଥିଲା । ସେବେଠାରୁ ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି ।


