ରାଜ୍ୟସ୍ତରୀୟ ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗୀତାର ପୁରସ୍କାର ବଣ୍ଟନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତକାଲି ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରବନ୍ଧ, ଭାଷାଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗୀତାର ସଫଳ ପ୍ରତିଯୋଗୀ ମାନଙ୍କୁ ଆଜି ପୁସ୍କାର ବଣ୍ଟନ କରାଯାିଛି । ଶାସଙ୍ଗ ହାଇସ୍କୁଲ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବିଦ୍ୟାଧର କର, ପୁର୍ବତନ ଏମ.ଏମ.ଟି.ସିର ଡି.ଜି.ଏମ ସନାତନ ଜେନା, ସୋସୋ ଗାର୍ଲସ ହାଇସ୍କୁଲର ଶିକ୍ଷକ ମୋହନ କୁମାର ମହାନ୍ତି, ସୁଲଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ମଧୁସୁଦନ ଜେନା, ମୁଗୁପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ଷେଣ୍ଢ, ସୁଲଣ ଏମ.ଇ ସ୍କୁଲର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟମୀ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚିତ୍ରାଙ୍କନ ପାଇଁ ଦିପ୍ତୀରେଖା ସାମଲ, ଖୁସି ନାୟକ, ଚୁମୁକି ସାହୁ. ସୁନ୍ଦର ହସ୍ତାକ୍ଷର ପାଇଁ ଶୁଭମ ବେହେରା, ସୁଶ୍ରୀ ସଂଗୀତା ଜେନା, ସତ୍ୟ ପ୍ରକାଶ ବିଶ୍ୱାଳ, ଓଡିଆ ଭାଷାଜ୍ଞାନ ଓ ପବନ୍ଧ ପ୍ରତିଯୋଗୀତାରେ ମାଧବାନନ୍ଦ ନାୟକ, ସାଇ ସ୍ମୃତି ସାହୁ, ଦେବାଶିଷ ମିଶ୍ର ଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗୀତାର ଓଡିଆ ବିଭାଗରେ ଆଶୁତୋଷ ଚକ୍ର, ରୁପଶ୍ରୀ ରଣା ୨ୟ, ଇତିଶ୍ରୀ ଜେନା, ସଂସ୍କୃତି ରାଉତ, ଶୁଭସ୍ମୀତା ରାଉତ ଇଂରାଜି ବିଭାଗରେ ପ୍ରୟାସୀ ପଟ୍ଟନାୟକ, ପ୍ରିତୀରଞ୍ଜନ ପାଢ଼ୀ୨ୟ, ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରୀୟଙ୍କା ପ୍ରୀୟଦର୍ଶନୀ ପଣ୍ଡା, ନାରାୟଣ ଯେନା ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ବିଶେଷକରି ୧୫ବର୍ଷ ହେଲା ସମ୍ବାଦ ଆମ ଓଡିଶା ପ୍ରତିଯୋଗୀତାରେ ସହଯୋଗ କରିଆସୁଥିବା ଶିକ୍ଷକ ମୋହନ କୁମାର ମହାନ୍ତି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରତିଯୋଗୀ ମାନଙ୍କୁ ଅକ୍ସଫୋର୍ଡ ଆଟଲାସ ପୁସ୍ତିକା ପ୍ରଦାନ କରିଥିଲେ । ହାଟଡିହିର ସମ୍ବରଦ ପ୍ରତିନିଧି କିଶୋର ଆଚାର୍ଯ୍ୟ ପ୍ରାରମ୍ଭିକ ସୁଚନା ଦେଇଥବବାବେଳେ ଶିକ୍ଷକ ମୋହନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ