ମୃତ୍ୟୁର ୧୪ ଘଣ୍ଟା ପରେ ଉଠିଲା ସଂଗୀତ ନିର୍ଦେଶକଙ୍କ ଶବ

ଗଞ୍ଜାମ,(ୱାଇଏନ୍ଏସ୍): ବଡ଼ମ୍ବା ନରସିଂହପୁର ଅଞ୍ଚଳରେ କଳା ତୀର୍ଥ ଅନୁଷ୍ଠାନ ଦ୍ୱାରା ସଙ୍ଗୀତ ଭଜନ ପରିବେଷଣ କରୁଥିବା ଖ୍ୟାତନାମା ସଙ୍ଗୀତ ନିର୍ଦେଶକ ଅକ୍ଷୟ ନାୟକ(୪୮)ଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାର ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଦୀର୍ଘ ୧୫ ଦିନ ଧରି ଜୀବନ ସହ ସଂଗ୍ରାମ ପରେ କଟକ ବଡ଼ ଡ଼ାକ୍ତରଖାନାର କୋଭିଡ ଆଇସୋଲେସନ ୱାର୍ଡରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ତାଙ୍କ ମୃତଦେହ ସତ୍କାର ପାଇଁ ସକାଳ ୭ରୁ ରାତି ୯ଟା ଯାଏ ପରିବାର ଓ ବନ୍ଧୁବର୍ଗ ଅପେକ୍ଷା କରି ରହିବା ଘଟଣା ତୀବ୍ର ପ୍ରତିକ୍ରିୟାର କାରଣ ହୋଇଥିଲା । ପରିବାର ଲୋକ ଏ ସଂପର୍କରେ ବିଭିନ୍ନ ଲୋକଙ୍କୁ ସୂଚନା ଦେବା ସହିତ ସହଯୋଗ ପାଇଁ ବିଭିନ୍ନ ଗଣମାଧ୍ୟମକୁ ବି ଅନୁରୋଧ କରିଥିଲେ । ଶେଷରେ ରାତି ୯ଟାରେ ତାଙ୍କ ମୃତଦେହକୁ ସିଏମସି ଆମ୍ବୁଲାନ୍ସରେ ଏସସିବି ଆଇସୋଲେସନ ୱାର୍ଡରୁ ସତୀଚୌରା ଶ୍ମଶାନକୁ ନିଆଯାଇଥିଲା । ପତ୍ନୀ , କନ୍ୟା, ପରିବାର ବର୍ଗ, ଭାଇ ଚନ୍ଦନ କୁମାର ନାୟକ, ବଡ଼ମ୍ବା କଳାକାର ସଂଘର ଉପ ସଭାପତି ବାବୁ ମହାନ୍ତି ପ୍ରମୁଖ ଏଥିପାଇଁ ଅପେକ୍ଷା କରି ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ