ପୌରାଣିକ ସାଇ-ଫାଇ ୱେବସିରିଜ୍ର ପ୍ରଯୋଜନା କରିବେ ଧୋନି
ମୁମ୍ବାଇ,(ୱାଇଏନ୍ଏସ୍): ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସମ୍ଭବତଃ ମନୋରଞ୍ଜନ ଶିଳ୍ପ ଆଡ଼କୁ ଢଳିପାରନ୍ତି । ଗତବର୍ଷ ଏକ ପ୍ରାମାଣିକ ଚିତ୍ରର ପ୍ରଯୋଜନା କରି ସେ ଏହାର ଝଲକ ଦେଖାଇ ସାରିଛନ୍ତି । ଆଗକୁ ଧୋନି ପୌରାଣିକ ସାଇ-ଫାଇ ୱେବସିରିଜ୍ର ପ୍ରଯୋଜନା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ସେ ‘ଧୋନି ଏଣ୍ଟରଟେନମେଣ୍ଟ୍’ ନାମରେ ଏକ କମ୍ପାନୀ ମଧ୍ୟ ଗଠନ କରିସାରିଛନ୍ତି । ଏହି କମ୍ପାନୀ ଅଧୀନରେ ଧୋନି ପ୍ରଯୋଜନା କରିଥିବା ପ୍ରଥମ ପ୍ରାମାଣିକ ଚିତ୍ର ଥିଲା ‘ରୋର୍ ଅଫ୍ ଦି ଲାୟନ’। କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ପ୍ରାମାଣିକ ଚିତ୍ରରେ ଦୁଇ ବର୍ଷର ବାସନ୍ଦାଦେଶ ପରେ ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ୍କୁ ଫେରିବାର କାହାଣୀକୁ ନିଖୁଣ ଭାବେ ଚିତ୍ରଣ କରାଯାଇଥିଲା ।


