ମୃତ୍ୟ ମୁଖରୁ ଯୁବକଙ୍କୁ ବଞ୍ଚାଇଲା ଛତ୍ରପୁର ପୋଲିସ
ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତି ନଗର ଅଂଚଳର ଏକ ଘରୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଏକ ଯୁବକଙ୍କୁ ଛତ୍ରପୁର ପୋଲିସ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି l ପୋଲିସ କହିବା ଅନୁସାରେ ଉକ୍ତ ଯୁବକ ଜଣଙ୍କ କୌଣସି କାରଣ ନେଇ ଘର ଭିତରେ ବେକରେ ଆତ୍ମହତ୍ୟା ଉଦ୍ୟମ କରୁଥିବା କୌଣସି ସୂତ୍ରରୁ ଖବର ପାଇ ଛତ୍ରପୁର ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଘରର କବାଟ ଭାଙ୍ଗି ଉକ୍ତ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଛତ୍ରପୁର ମେଡିକାଲ ରେ ଭର୍ତି କରିଥିଲେ l ମେଡିକାଲ ରେ ଯୁବକଙ୍କ ଅବସ୍ଥା ସୁସ୍ଥ ରହିଥିବା ଜଣା ପଡିଛି l ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଥାନାରେ ସବ ଇନସିପେକ୍ଟର ବିଶ୍ୱମ୍ବର କଅଁର, ସତ୍ୟଜିତ ବେନିଆ ଓ ସିଲୁ ଧଳ ଙ୍କ ସମେତ ବହୁ ଯୁବକ ସାମିଲ ହୋଇ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ l ଛତ୍ରପୁର ପୋଲିସ ର ଏଭଳି କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l


