ମେଲାଣି ନେଲେ ବିଘ୍ନରାଜ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକସ୍ଥିତ ସିଦ୍ଧ ବିନାୟକ ୟୁଥ୍ କ୍ଲବ ଆନୁକୂଲ୍ୟରେ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହୋଇ ଭସାଣୀ ଶେଷ ହୋଇଛି । ନିକଟସ୍ଥ ମହାଦେବ ପୁଷ୍କରିଣୀରୁ କଳସ ଅଣାଯାଇ ଯଥାରୀତି ପୂଜା କାର୍ଯ୍ୟ ହୋଇଥିଲା । ପୂଜକ ହରେକୃଷ୍ଣ ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ୟୁଥ୍ କ୍ଲବର ସୁଧାଂଶୁ ଦାଶ, ଦେବାଶିଷ ଦାଶ, କମଳ କୁମାର ଦାଶ, ଜିତେନ୍ଦ୍ର କୁମାର ଦାଶ, ଜିତେନ୍ଦ୍ର ସାହୁ, ଧନେଶ୍ୱର ପାଗଳ, ରଞ୍ଜନ କୁମାର ମହାନ୍ତି, ଭବାନୀ ଶଙ୍କର ପଣ୍ଡା, ହିମାଂଶୁ ଶେଖର ଦାଶ ସହଯୋଗ କରିଥିଲେ ।


