ମୋବାଇଲ ସେବାରୁ ବଞ୍ଚିତ ୩୬ଗ୍ରାମବାସୀ; ଟାୱାର ବସାଇବା ନେଇ ବିଧାୟକ ଙ୍କୁ ଦାବୀ ପତ୍ର ପ୍ରଦାନ

ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳର କେଉଁଠି ଗମନାଗମନ ସୁଭିଧା ଅଛି ତ କେଉଁଠି ନାହିଁ | ଏପରି କି କିଛି ଜାଗାକୁ ବିଦୂତ ସେବା ବି ସାତ ସପ୍ନ ପାଲଟିଛି | ଅନେକ ଗ୍ରାମରେ ଅତି ଆବଶ୍ୟକ ସେବା ଯୋଗାଯୋଗ ପାଇଁ ମୋବାଇଲ ଟାୱାର ନଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ରୁ ବଞ୍ଚିତ ଅଛନ୍ତି | କରୋନା ସମୟରେ ଅନଲାଇନ ପାଠ ପଢିବା ରୁ ବଞ୍ଚିତ ଅଛନ୍ତି, ମୋହନା କିମ୍ବା ଅଡବା କୁ ଆସିଲେ ପାଠ ପଢିବା ସୁଭିଧା ମିଳୁଛି ନଚେତ ନାହିଁ | ଆବଶ୍ୟକ ସ୍ଥଳେ କୌଣସି ରୋଗୀ କିମ୍ବା ଗର୍ଭବତୀ ମନକୁ ମେଡ଼ିକାଲ ଆଣିବା ପାଇଁ୧୦୮ସେବା ସହ ଯୋଗାଯୋଗ ମଧ୍ୟ ହଇପାରୁନି |ସରକାରୀ କାମ ହେଉ କି ପରିବାର ଲୋକ ଙ୍କ ଭଲ ମନ୍ଦ ମଧ୍ୟ ଜାଣି ହେଉନି | ବହୁ ଅସୁବିଧା ର ସମୁଖୀନ ହେଉଛନ୍ତି ଏହି ୩୬ଗ୍ରାମର ୫ହାଜର ଲୋକେ | ସାବାଳକ ୩୨୦୦ରହିଥିବା ବେଳେ ନାବାଳକ ୧୮୦୦ଅଛନ୍ତି | ଗ୍ରାମ ଗୁଡ଼ିକ ହେଲା ମୋହନା ବ୍ଲକ ର କର୍ଚ୍ଚବାଡ଼ି ପଞ୍ଚାୟତର ଲଖାରିପଟା, ଗୋପଟିମା, କୁଟିଗୁଡ଼ା,ଟାକୁମା,ରମାନଯୁ, ବୁଡରିଙ୍ଗି, ଚିହୁରିପଦର,ଗାଲାମା, ରାଟାମା ,କନ୍ଧଅଡବା ,ଶାନ୍ତିନଗର, କର୍ଚ୍ଚବାଡ଼ି ଏହିପରି ଅନେକ ଗ୍ରାମ ବଞ୍ଚିତ ଅଛନ୍ତି ମୋବାଇଲ ସେବାରୁ |ତେଣୁ ବିଧାୟକ ଦାସରଥୀ ଗମାଙ୍ଗ ଙ୍କୁ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଙ୍କ ଉପସ୍ଥିତ ରେ ଗ୍ରାମବାସୀ ଏକ ଟାୱାର ବସାଇବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ