ବିଦ୍ୟୁତ କେବୁଲ ସଂସ୍ପର୍ଶରେ ଆସି ଡ୍ରାଇଭର ମୃତ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମରେ ଥିବା କ୍ରାକର୍ରସ ଇଣ୍ଡିଆ ଆଲୋୟଜ କାରଖାନାରେ ଗତକାଲି ଶୁକ୍ରବାର ବିଦ୍ୟୁତ କେବୁଲ ସଂସ୍ପର୍ଶରେ ଆସି ଜଣେ ଟ୍ରକ ଡାଇଭର ର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଡ୍ରାଇଭର ର ନାମ ଏମଡି ମୁସ୍ତାକିମ(୪୦) । ତାଙ୍କ ଘର ଝାରଖଣ୍ଡ ରାଜ୍ୟ ର ଚାତ୍ରା ଜିଲା କଲକଲେ ଗ୍ରାମରେ ବୋଲି ଜଣାପଡିଛି । ମିଳିଥିବା ସୁଚନା ଅନୁଯାୟୀ ଗତକାଲି ଶୁକ୍ରବାର ସକାଳ ୮ ଟା ୪୫ ମିନିଟ ସମୟରେ ମୃତ ମୁସ୍ତାକିମ ଏକ ଟ୍ରକ ନଂ( ଓଡି୦୯ପି ୧୨୭୮) କୁ ନେଇ ଉକ୍ତ କାରଖାନାକୁ ପରିବହନ ପାଇଁ ପଶିଥିଲେ । ଟ୍ରକ ଟି ଲୋଡ କରିବା ପୂର୍ବରୁ ସେ ଗାଡିର କେବିନ ଉପରେ ଉଠି ସଫା କରୁଥିଲେ । ସେହି ସମୟରେ କାରଖାନାର କେବୁଲ ବିଦ୍ୟୁତ କେବୁଲ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ।  ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଯୋଡା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ନଂ ୪୩/୨୦୨୦ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଉକ୍ତ ଟ୍ରକର ହେଲପର ଏମଡି ଜାହିର ଏ ନେଇ ଯୋଡା ଥାନାରେ ଲିଖିତଭାବେ ଅଭିଯୋଗ କରିଛନ୍ତି । ମୃତଙ୍କ ପରିବାରକୁ କୌଣସି କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତେଜନା ଦେଖାଦେଇଥିଲା । କାରଖାନା କର୍ତୃପକ୍ଷ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ