ସାଇସମ୍ପତି ରିଅଲଈଷ୍ଟେଟ ତରଫରୁ ଗଣେଶ ପୂଜା ଉପଲକ୍ଷେ ମାଟି ଗଣେଶ ମୂର୍ତ୍ତି ଦାନ
ପାରଳାଖେମୁଣ୍ଡି, (ତାରିଣୀପ୍ରସାଦ ପଣ୍ଡା):ଆସନ୍ତା କାଲି ଗଣେଶ ପୂଜା ,ଗଣେଶ ପୂଜା ଉପଲକ୍ଷେ ସାଇସମ୍ପତି ରିଅଲ ଇଷ୍ଟେଟ ପକ୍ଷ ରୁ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟତଃ ପୂଜାଗୁଡିକ ରେ ଯେଉଁ ମୂର୍ତ୍ତି ତିଆରି ହୁଏ କୁତ୍ରିମ ରଙ୍ଗ ରେ ତିଆରି ହୁଏ ଓ ମୂର୍ତ୍ତି ଗୁଡିକୁ ପାଖରୀ ରେ ବିସର୍ଜନ କରିବା ଦ୍ଵାରା ଏହି ପାଖରୀରେ ଗାଧେଇ ଥିବା ଲୋକମାନଙ୍କୁ କୁଣ୍ଡିଆ ହୋଇଥାଏ ।ଏହି କୁତ୍ରିମ ରଙ୍ଗ କୁ ବିରୋଧୀ କରି ଆଜି ସାଇସମ୍ପତି ରିଅଲଏଷ୍ଟେଟ ମେନେଜମେଣ୍ଟ ର ମୁଖ୍ୟ ରାମକୃଷ୍ନା ଗାରୁ ଶତାଧିକ ଗଣେଶ ଭକ୍ତ ମାନଙ୍କୁ ବିନା ରଙ୍ଗ ର ମାଟି ଗଣେଶ ଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏହି ସଂସ୍ଥା ର ଜେନେରାଲ ମେନେଜର ଆପନା ରୋଜାମା,ମେନେଜେମେଣ୍ଟ ପି ମୋହନ ପ୍ରମୁଖ ଉପସ୍ଥିତି ଥିଲେ।ଏହି ଭଳି କାର୍ଯ୍ୟକ୍ରମ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ ।ଏହି ସଂସ୍ଥା ଆନ୍ଦ୍ର ପ୍ରଦେଶ ର ରମୁଖ ବ୍ୟବସାୟ ସଂସ୍ଥା ବର୍ତ୍ତମାନ ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସିଙ୍ଗପୁର ଠାରେ ଶତାଧିକ ପ୍ଲଟ କୁ ନେଇ ଆରମ୍ଭ କରିଥିବା ଜଣାପଡ଼ିଛି।ଆଗାମୀ ଦିନ ରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟବସାୟ କରିବେ ବୋଲି ମେନେଜେଜେଣ୍ଟ ଜଣାଇଛନ୍ତି


