ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ଦକୁ ସମର୍ଥନ

ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକର ବିଭିନ୍ନ ଛକ ଗାଁ ଗୁଡ଼ିକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି କେନ୍ଦ୍ର ସରକାର କୃଷକ ପ୍ରତି ଅବହେଳା କରିଥିବାରୁ ଏବଂ କୃଷି ଆଇନି ଉଠିବା ପାଇଁ କୃଷକ ସଂଘଠନ ପକ୍ଷରୁ ଆଗରୁ ବନ୍ଦ ଡାକରା ଦିଆଯାଇଥିଲା ହେଲେ ସରକାର କୌଣସି ପଦକ୍ଷେପ ନ ନେବାରୁ ଫୁଣି ବନ୍ଦ ଡାକରା ଦେଇଛନ୍ତି | ଏହା କୁ ସମର୍ଥନ କରି ବିରୋଧୀ ଦଳ ମାନେ ଭି ସମର୍ଥନ ଜଣାଇଛନ୍ତି |ଆଜି ମୋହନା ନିର୍ବାଚନ ମଣ୍ଡଳୀର ବ୍ଲକ କଂଗ୍ରେସ ପକ୍ଷରୁ ନିର୍ମଳପାଳ,ବାଳ କୃଷ୍ଣ ମଲିକ ଓ ବହୁ କର୍ମୀ ମୋହନା ହାଇସ୍କୁଲ ଛକ ନିକଟରେ କଂଗ୍ରେସ ପତାକା ଲଗାଇ ଜାତୀୟ ରାଜପଥ ୩୨୬ କୁ ଅବରୋଧ କରିଥିଲେ ସେପରି ଲୁହଗୁଡ଼ି ଠାରେ ଶଙ୍କର ପ୍ରଧାନୀଙ୍କ ନେତୃତ୍ୱରେ ବହୁ କର୍ମୀ ଢ଼ାବା ଛକକୁ ଅବରୋଧ କରିଥିଲେ | ମହିନ୍ଦରଗୋଡ଼,ଚନ୍ଦ୍ରଗିରି, ଅଡବାଏବଂ ଚାନ୍ଦିପୁଟ ଥରେ କମ୍ନିଷ୍ଠ ଦଳ ତରଫରୁ ହାତରେ ପିଲାଙ୍ଗୀ କାଡ଼ ଧରି ରାସ୍ତା ରୋକ କୁ ସମର୍ଥନ କରିଛନ୍ତି | କେନ୍ଦ୍ର ସରକାରଙ୍କ କୃଷକ ମାରଣାନୀତି ବନ୍ଦ କରନ୍ତୁ ବୋଲି ସମର୍ଥକ ମାନେ ନାରା ବାଜି ଦେଇଛନ୍ତି | ଏହି ଅବସରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମଟର ଜାନ ବନ୍ଦ ରହିଥିଲା | ରାସ୍ତାରେ ଅଟକି ରହିଥିଲା ବହୁ ଗାଡ଼ି କିଛି ଜାଗାରେ ଯାତ୍ରୀ ମାନେ ଅସୁଭିଧାର ସମ୍ମୁଖୀନ ହୋଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ