ଆରଡି ଅଞ୍ଚଳରେ ଭାରତ ବନ୍ଦ ସଫଳ
ଆରଡି, ( ୱାଇଏନଏସ ): କେନ୍ଦ୍ର ସରକାରଙ୍କ କୃଷି ନିତିକୁ ବିରୋଧ କରି ବିଭିନ୍ନ ଦଳ ପକ୍ଷରୁ ଦିଆ ଯାଇଥିବା ଭାରତ ବନ୍ଦ ଡାକରା ଭଦ୍ରକ ଜିଲ୍ଲାର ଆରଡି ଅଞ୍ଚଳରେ ସଂପୂର୍ଣ୍ଣ ଭାବେ ସଫଳ ହୋଇଛି । ମଙ୍ଗଳବାର ସକାଳୁ କଂଗ୍ରେସ କର୍ମୀମାନେ ବସଷ୍ଟାଣ୍ଡ ନିକଟରେ ଆଖଣ୍ଡଳମଣି – ଭଦ୍ରକ ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଏଥିସହିତ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆରଡି, ପହଣା, ମଠଡିହ ଆଦି ବଜାରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ବ୍ୟାଙ୍କ ସମେତ ସମସ୍ତ ସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଶିବାନନ୍ଦ ପାଢୀ, ବିପ୍ଳବ ଭଞ୍ଜ, ସତ୍ୟବ୍ରତ ଓଝା, ଅମର ଭଞ୍ଜ, ସୁଶାନ୍ତ ଓଝା, ସତ୍ୟବ୍ରତ ଦାସ, ଶ୍ରୀଧର ଦାସ, ମନୋଜ ସେଠୀ, ରବିନ୍ଦ୍ର ଜେନା, ଶ୍ରୀକାନ୍ତ ପାଢୀ, ଅରୁପାନନ୍ଦ ଦାସ, ବୁଧିରାମ ସେଠୀ, ଅଶୋକ ନାୟକ ପ୍ରମୂଖ ଭାରତବନ୍ଦ ର ନେତୃତ୍ବ ନେଇଥିଲେ ।


