ମୋହନା ହିଲଟପ୍ କଲେଜ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସରେ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଠାରେ ଥିବା ହଲଟପ ଉଚ୍ଚ ମାଧ୍ୟମକି ବିଦ୍ୟାଳୟର ଜାତୀୟ ସେବା ଯୋଜନା ବାଳିକା ବିଭାଗର ଛାତ୍ରୀମାନଙ୍କ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ମାବବ ଅଧିକାରର ସୁରକ୍ଷା ନିମିତ୍ତ ବିଭିନ୍ନ ବାର୍ତ୍ତା ନେଇ ମହାବିଦ୍ୟାଳୟ ଛକ ଠାରୁ ଏକ ସଚେତନତା ର‌୍ୟାଲି ବାହାରି ମୋହନା ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବାଳିକା ବିଭାଗ ଜାତୀୟ ସେବା ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ ପରିଚାଳନା କରିଥିବାବେଳେ କଲେଜର ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ