ମୋ ଆଶା ର ପୂଜା ସଂଖ୍ୟା ଉନ୍ମୋଚିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ର ଶିଶୁ ବିକାଶ ଅନୁଷ୍ଠାନ ଲିଟଲ ଷ୍ଟାର ଗ୍ରୁପ ପକ୍ଷରୁ ପ୍ରକାଶିତ’ମୋ ଆଶା ‘ ର ଦୀପାବଳୀ ପୂଜା ସଂଖ୍ୟା ଆଜି ଉନ୍ମୋଚନ ହୋଇ ଯାଇଛି। ଅନୁଷ୍ଠାନ ପକ୍ଷରୁଆୟୋଜିତ ଉନ୍ମୋଚନ ଉତ୍ସବ ରେ ନିମାପଡ଼ା ସ୍ୱୟଂ ଶାସିତ କଲେଜ ର ଅଧକ୍ଷ ରମାକାନ୍ତ ଦାଶ, ଶିକ୍ଷାବିଦ ଜଗତ ପ୍ରସାଦ ସାବୁତ, ପତ୍ରିକା ର ସଂପାଦକ ସୁମନ୍ତ ମହାରଣା, ଅଧ୍ୟାପକ ପ୍ରଣବ ସ୍ଵାଇଁ, ରବୀନ୍ଦ୍ର ନାଥ ପାଢ଼ୀ, ଅଧ୍ୟାପିକା ପୁଷ୍ପିତା ରାଜଗୁରୁ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ, ଚିତ୍ରଶିଳ୍ପୀ ଶରତ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉକ୍ତ ପୂଜା ସଂଖ୍ୟା ପତ୍ରିକା କୁ ଉନ୍ମୋଚନ କରିଥିଲେ। ଦୀର୍ଘ ୨୦ବର୍ଷ ଧରି ଉକ୍ତ ଅନୁଷ୍ଠାନ ଏହି ପତ୍ରିକା କୁ ପ୍ରକାଶିତ କରିଆସୁଛନ୍ତି। ଯେଉଁଥିରେ ପୁରୀ ଜିଲ୍ଲାର ର ବିଭିନ୍ନ ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଉପାଦେୟ ଲେଖା ପ୍ରକାଶ ପାଇଆସୁଛି।


