ମୟୁରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଜ୍ୟୋତିରଥ କୁ ସମ୍ବର୍ଦ୍ଧନା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-କରଞ୍ଜିଆ ଠାରେ ସମସ୍ତ ବର୍ଗର ନାଗରିକ ସମାଜ, କରଞ୍ଜିଆ ପ୍ରେସକ୍ଲବ,ପାଞ୍ଚପିଢ଼ ପ୍ରେସ କ୍ଲବ,ରାଜନୈତିକ ଦଳ ନେତା ଓ ଅନ୍ୟାନ୍ୟ ସଂସ୍ଥା,ଜନସାଧାରଣ ମାନଙ୍କ ଦ୍ୱାରା ଷଷ୍ଠ ବାର୍ଷିକ ବଳାଙ୍ଗି ସାଂସ୍କୃତିକ ଜାଗରଣ ଯାତ୍ରା ଓ ମୟୁରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଜ୍ୟୋତିରଥ କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଜି ଦିବା ୧ ଘଟିକା ସମୟରେ ଏହିବଳାଙ୍ଗି ସାଂସ୍କୃତିକ ଜାଗରଣ ଯାତ୍ରା ଓ ମୟୁରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଜ୍ୟୋତିରଥ କରଞ୍ଜିଆ ଠାରେ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ନାଗରିକ ସମାଜ, କରଞ୍ଜିଆ ପ୍ରେସକ୍ଲବ,ପାଞ୍ଚପିଢ଼ ପ୍ରେସ କ୍ଲବ,ରାଜନୈତିକ ଦଳ ନେତା ଓ ଅନ୍ୟାନ୍ୟ ସଂସ୍ଥା,ଜନସାଧାରଣ ମାନଙ୍କଦ୍ୱାରା ଜ୍ୟୋତି କୁ ସ୍ୱାଗତ କରାଯିବା ସହିତ ସହର ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ଓକିଲ ସଙ୍ଘ ସଭାପତି ଦୀପକ କୁମାର ଦାଶ ଅଧିକାରୀ, କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାଜୁର୍ଣ୍ଣ ସାହା, କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର ରାଜ,ବରିଷ୍ଠ ନାଗରିକ ସଙ୍ଘ ତରଫରୁ ସର୍ବେଶ୍ୱର ମିଶ୍ର, ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ,କଂଗ୍ରେସ ନେତା ଚନ୍ଦ୍ରକୁମାର ଶ୍ୟାମଳେନ୍ଦୁ ଦାଶ, ବିଜେପି ନେତା ବୁଲୁ ପୃଷ୍ଟି,କୃପାସିନ୍ଧୁ ମହାନ୍ତ,ଇନ୍ଦ୍ରଧନୁ ପରିବାର ତରଫରୁ ସଂଜୀବ ସାହୁ, ବିଜେଡି ନଗରପାଳ ପ୍ରାର୍ଥୀନୀ ଶ୍ରୀମତୀ ପପି ପୃଷ୍ଟି, ବିଜେପି ନଗରପାଳ ପ୍ରାର୍ଥୀନୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ମହାନ୍ତ, ଭାରତୀ ରାଜ, ସାମାଜିକ କର୍ମୀ ସଚ୍ଚିଦାନନ୍ଦ ସାହୁ, ରୋହିତ ପୃଷ୍ଟି,ମହେଶ୍ୱର ନାୟକ, ଏହିକାର୍ଯ୍ୟକ୍ରମ କୁ ସାମ୍ବାଦିକ ସର୍ବଶ୍ରୀ ବିନ୍ଦୁସାର ଦାଶ,ପାର୍ଥ ପ୍ରସନ୍ନ ମିଶ୍ର, ଦୀନେଶ କୁମାର ଦାଶ,ତନ୍ମୟ ଦାଶ, ବୁବୁନ ଦାଶ,ସଞ୍ଜୟ ଅଗ୍ରୱାଲ ପ୍ରମୁଖ ପରିଚାଳନା କରିଥିଲେ ସ୍ଥାନୀୟ ରାମବାଟିକା ଠାରେ ମଧ୍ୟାହ୍ନ ଭୋଜନ ପରେ ଯାତ୍ରା ଠାକୁରମୁଣ୍ଡା ଅଭିମୁଖେ ବାହାରିଥିଲା ଯାତ୍ରା ତିନିଦିନ ଧରି ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚାରୋଟି ପୁରାତନ ରାଜଧାନୀ ଓ ଉପଖଣ୍ଡ ଗୁଡିକୁ ପରିକ୍ରମା କରିବ। ଏହି ଯାତ୍ରା ୬୫୦କି.ମି. ଅତିକ୍ରମ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ