ଯବାନଙ୍କ ଉଦ୍ଦେଶ୍ୟରେ ନିଷ୍ଟ ମହାବିଦ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା) : ହେଲିକେପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦେଶର ୩ ସେନାର ମୁଖ୍ୟ ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୩ ଜଣଙ୍କ ଉଦ୍ଦେଶ୍ୟରେ ନିଷ୍ଟ +୨ ବିଜ୍ଞାନ ଓ କଳା ମହାବିଦ୍ୟାଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏନେଇ ଅନୁଷ୍ଠାନର ଚାନ୍ଦିପୁର ରୋଡ଼ସ୍ଥିତ କ୍ୟାମ୍ପସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗ ନାସିକ୍ ରେଜିମେଣ୍ଟର କର୍ଣ୍ଣେଲ ତଥା ଯୋଗ କ୍ଷେତ୍ରରେ ବିଶ୍ୱସ୍ତରୀୟ ରେକର୍ଡ଼ ସୃଷ୍ଟିକାରୀ ଲକ୍ଷ୍ମୀଧର ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭାରତୀୟ ଯବାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଜେନେରାଲ ରାୱତଙ୍କ ସମେତ ଅନ୍ୟ ଯବାନଙ୍କ ପରଲୋକ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ । ଦେଶ୧୩ଟି ରତ୍ନକୁ ହରାଇଲା ବୋଲି କର୍ଣ୍ଣେଲ ଭୂୟାଁ ମତ ପ୍ରକାଶ କରିଥିଲେ । ଓଡ଼ିଆ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ସମରେନ୍ଦ୍ର କୁମାର ପଣ୍ଡା (ବାପି ପଣ୍ଡା) ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୁର୍ଘଟଣାରେ ପ୍ରତିରକ୍ଷା ବିଭାଗ ୩ ସେନାର ମୁଖ୍ୟଙ୍କ ସମେତ ଅନ୍ୟ ୧୩ କର୍ମଚାରୀ ଓ ଅଧିକାରୀଙ୍କ ମୃତ୍ୟୁ ଏ ଦେଶ ପାଇଁ ବଡ଼ କ୍ଷତି ବୋଲି କହିଥିଲେ । ଦିବଂଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଟ ଆବାସିକ ମହାବିଦ୍ୟାଳୟ ମାନବିକତାର ନିଦର୍ଶନ ଦେଖାଇଛି । ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ହୋଇଥିବା ବେଳେ ଜାତୀୟତାବୋଧ ସୃଷ୍ଟିରେ ନିଶ୍ଚିତ ସହାୟକ ହୋଇଛି ବୋଲି ଶ୍ରୀ ପଣ୍ଡା ମତ ଦେଇଥିଲେ । ‘ଅଗ୍ନିଡ଼େଣା’ବିାନ ପତ୍ରିକାର ସମ୍ପାଦକ ଡ. ପଙ୍କଜ କୁମାର ଜେନା ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦେଶର ସର୍ବୋଚ୍ଚ ସେନାମୁଖ୍ୟ ଅନ୍ୟ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ପ୍ର୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହେବା ଉଚିତ । ସେମାନଙ୍କ ଆତ୍ମାର ସଦଗତି ପାଇ ଟିକିଏ ପ୍ରାର୍ଥନା କରି ନପାରିଲେ ଆମ ଜୀବନ ବ୍ୟର୍ଥ ବୋଲି ସେ ମତ ପ୍ରକାଶ କରିଥିଲେ । ଅଧ୍ୟାପକ ବିଦ୍ୟାଧର ପ୍ରଧାନ, ଅଧ୍ୟାପକ ନିରଞ୍ଜନ ଜେନା, ଅଧ୍ୟାପକ ଚନ୍ଦନ କୁମାର ନାୟକ ଏବଂ କେଶବ ନାୟକ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ସ୍ଥାନୀୟ ଲୋକଙ୍କୁ ନେଇ ଏକ ବିଶାଳ ମହମବତି ଶୋଭାଯାତ୍ରା ମହାବିଦ୍ୟାଳୟର ପରିସରୁ ବାହାରି ନୂଆନଈ ଛକ ପର୍ଯ୍ୟନ୍ତ ଯାଇଥିଲା । ଉକ୍ତ ଶୋଭାଯାତ୍ରାକୁ ଅନୁଷ୍ଠାନର ଚେୟାରପର୍ସନ ସୁଚିତ୍ରା ଜେନା, ସମ୍ପାଦିକା ଦେବସ୍ମିତା ଜେନା, ନିର୍ଦ୍ଦେଶିକା ଆରଧନା ସାହୁ, ନିର୍ଦ୍ଦେଶିକା ସସ୍ମିତା ନାୟକ, ଅଧ୍ୟାପିକା ସୁଭ୍ରା ପ୍ରିୟଦର୍ଶିନୀ ଚାନ୍ଦ, ସଂଧ୍ୟାରାଣୀ ଭୂୟାଁ, ପଙ୍କଜ କୁମାର ଭୂୟାଁ, ଶଶୀକାନ୍ତ ଜେନା ଯୋଗ ଦେଇଥିଲେ । ଏମିତିକି ୮୦ ବର୍ଷର ବୃଦ୍ଧା ଗୋଦାବରୀ ଜେନା ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।


