ଯଶିପୁର ବସ୍ ମାଲିକ ସଂଘ ପରିଚାଳନା କମିଟି ବୈଠକ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଜାମଦାସାହି-ଯଶିପୁର ଘରୋଇ ବସ୍ ମାଲିକ ସଂଘରେ ଦୀର୍ଘ ୯ ବର୍ଷ ଧରି ବିଶୃଙ୍ଖଳିତ ଅବସ୍ଥାରେ ଚାଲିଥିଲା।ଏହି ସମୟ ମଧ୍ୟରେ ସମ୍ପାଦକ ସୁଶୀଲ ମହାନ୍ତ ନା କୌଣସି ବୈଠକ ଡାକୁଥିଲେ ନା ସଂଘର ଆଦାୟ ହେଉଥିବା ରୟାଲଟି ହିସାବ ମଧ୍ୟ ଦେଉନଥିବା ବିଷୟରେ ବୈଠକରେ ସଂଘ ସଦସ୍ୟମାନେ ଅଭିଯୋଗ ଉଠାଇଥିଲେ।ଏପରି କି ସଭାପତି ବୈଠକ ଡାକିଲେ ମଧ୍ୟ ସେ ଜାଣିଶୁଣି ଆସୁନଥିବା ବିଷୟରେ ମଧ୍ୟ ବୈଠକରେ ସଭ୍ୟଗଣ ଅଭିଯୋଗ କରିଥିଲେ।ଏଣୁ ସମସ୍ତ ସଭ୍ୟଙ୍କ ଅନୁରୋଧ କ୍ରମେ ସଭାପତି ବିଜୟ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇ ଗୃହୀତ ହୋଇଥିଲା।ସମସ୍ତ ସଭ୍ୟଙ୍କ ଅନୁରୋଧ କ୍ରମେ ଓ ସଭାପତିଙ୍କ ସହମତି ଅନୁଯାୟୀ ସଂଘର ସମ୍ପାଦକ ସୁଶୀଲ ମହାନ୍ତଙ୍କୁ ସମ୍ପାଦକ ପଦରୁ ତାଙ୍କର ଆର୍ଥିକ ଅନିୟମିତତା ପାଇଁ ବହିଷ୍କାର କରାଯିବା ସହ ସର୍ଵ ସମ୍ମତି କ୍ରମେ ୨/୧୦/୨୩ ରିଖ ଠାରୁ ତାଙ୍କର ବସ୍ ଷ୍ଟାଣ୍ଡରେ କୌଣସି ଆଦେଶ ଗ୍ରହଣ ନକରିବାକୁ ପ୍ରସ୍ତାବ ଆଗତ କରି ଗୃହୀତ କରାଯାଇଛି।ସମ୍ପାଦକ ସୁଶୀଲ ମହାନ୍ତଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ଆୟବ୍ୟୟ ଅଟକଳ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରସ୍ତାବ ଗୃହୀତ କରାଗଲା।ଏଥିରେ ଯଦି କୌଣସି ବ୍ୟତିକ୍ରମ ହୁଏ, ଏସଂକ୍ରାନ୍ତରେ ଜିଲ୍ଲାପାଳ ଏବଂ ଲୋକାଲ ଫଣ୍ଡ ଅଡିଟ୍ ନିକଟରେ ଅଭିଯୋଗ କରିବାକୁ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସଂଘର ସୁପରିଚାଳନା ପାଇଁ ଅସ୍ଥାୟୀ କାର୍ଯ୍ୟକାରୀ ସମ୍ପାଦକ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତଙ୍କୁ ସର୍ବସମ୍ମତି କ୍ରମେ ଦାୟିତ୍ୱ ପ୍ରଦାନ କରିବା ସହିତ ବ୍ୟାଙ୍କ ନେଣଦେଣ ପାଇଁ ସ୍ପେସିମେନ ସିଗ୍ନେଚର ଦେବାକୁ ସଂଘ କ୍ଷମତା ପ୍ରଦାନ କରିଥିବା ବୈଠକ ବିବରଣୀ ଖାତାରୁ ସୂଚନା ମିଳିଛି ।ନୂତନ ସଭ୍ୟଭାବେ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତ,ସଲିମୁଲ ରେହମାନ, ନିରଞ୍ଜନ ମହାନ୍ତଙ୍କୁ ସଂଘରେ ଗ୍ରହଣ କରାଯାଇଛି।


