ଯାତ୍ରୀ ବିଶ୍ରାମଗାର ଉପୁଡି ଯାଇଥିବା ରୋଟେଟ ଗେଟ ଲାଗିଲା
ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ସୋରଡା ଏନ ଏ ସି ରେ ଯାତ୍ରୀ ବିଶ୍ରାମା ଗାର ରେ ଉପୁଡି ପଡିଥିବା ଷ୍ଟିଲ ରୋଟେଟ ଗେଟ ଟି କୁ ମରାମତି କରି ବର୍ତମାନ ଲଗାଯାଇଛି। ସୋରଡା ଏନ ଏ ସି ରେ ଗତ ଜୁଲାଇ ୨୭ ତାରିଖ ରେ ନୂତନ ଯାତ୍ରୀ ବିଶ୍ରାମଗାର ର ଉଦ୍ଘାଟନ କରଯାଇଥିଲା। ହେଲେ ଉଦ୍ଘାଟନ ହେବାର ମାତ୍ର ୧୦ ଦିନ ଭିତରେ ବିଶ୍ରାମଗାର ର ଲାଗିଥିବା ଦୁଇଟି ସ୍ଟିଲ ରୋଟେଟ ଗେଟ ସଂପୂର୍ଣ୍ଣ ଉପୁଡି ପଡିଥିଲା। କିଛି ସମୟ ପରେ ସୋରଡା ଏନ ଏ ସି ର କର୍ମଚାରୀ ମାନେ ଦୁଇ ରୋଟେଟ ଗେଟ ଅଫିସ କୁ ନେଇଯାଇଥିଲେ। ପରେ ଏହା ଆଲୋଚନା ସରଗରମ ଥିଲା। ସୋରଡା ଏନ ଏ ସି ରେ ନିମ୍ନ ମାନର କାମ ନେଇ ଚାରିଆଡେ ଆଲୋଚନା ଜୋରଧରିଥିଲା। ଏ ସମ୍ପର୍କରେ ଖବର ପ୍ରସାରଣ ପରେ ସୋରଡା ଏନ ଏ ସି ତରଫରୁ ତପ୍ତରତା ପ୍ରକାଶ ପାଇବାସହ ଦୁଇତି ଯାକ ଗେଟ କୁ ଆଜି ମରାମତି କରିବା ସହ ଯାତ୍ରୀ ବିଶ୍ରାମଗାରା ରେ ଲଗାଯାଇଛି। ସୋରଡା ଏନ ଏ ସି ରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଏବେ ଚାଲୁଥିବା ବେଳେ ଅନେକ ପ୍ରକଳ୍ପ ର ଉଦ୍ଘାଟନ କରାଯାଉଛି। ନିୟମ ପ୍ରକାରେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି ତାହାର ସବିଶେଷ ସୂଚନା ସେଠାରେ ଏକ ଫଳକ ମାଧ୍ୟମ ରେ ଦିଆଯାଇବା କଥା। କିନ୍ତୁ ସୋରଡା ଏନ ଏ ସି ରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଅନେକ ପ୍ରକଳ୍ପ ସରୁଛି ଏବଂ ଉଦ୍ଘାଟନ ମଧ୍ୟ ହେଇଛି କିନ୍ତୁ ପ୍ରକଳ୍ପ କେଉଁ ଯୋଜନା ଅନ୍ତରଗତ ଓ ଏଥି ପାଇଁ କେତେ ଟଙ୍କା ଅଟକଳ କରାଯାଇଛି ଏବଂ ପ୍ରକଳ୍ପ ର ନିର୍ମାଣ କାହା କୁ ନ୍ୟସ୍ତ କରାଯାଇଛି, ପ୍ରକଳ୍ପ କେବେ ଆରମ୍ଭ ହୋଇଛି ଓ କେବେ ସରିଛି ଏ ସବୁ ର ସୂଚନା ରହିବା କଥା। କିନ୍ତୁ ତାହା ବହୁ ପ୍ରକଳ୍ପ ରେ ଦେଖିବାକୁ ମିଳୁନି। ଫଳରେ ସୋରଡା ଏନ ଏ ସି ର ବିକାଶ ପ୍ରକ୍ରିୟା ଚାଲିଛି ସତ ହେଲେ ଜନସାଧାରଣ ସରକାରଙ୍କ ଯୋଜନା ସମ୍ପର୍କରେ ଆଉ ଜାଣିପାରୁନାହାନ୍ତି। ହେଲେ ଆମ ସୋରଡା ଏନ ଏ ସି କୁ ବୋଧେ ସରକାରଙ୍କ ଏହି ନିୟମ ଲାଗୁନାହିଁ ନଚେତ ଏନ ଏ ସି ସୋରଡା ଜନସାଧାରଣଙ୍କୁ ଜଣାଇବାକୁ ଚାହୁନି ନଚେତ , ସୋରଡା ଏନ ଏ ସି ଏଠାକାର ଜନସାଧାରଣ କୁ ଅଣଦେଖା କରୁଛି। ସେ ଯାହା ହଉନା କାହିଁକି ଯାତ୍ରୀ ବିଶ୍ରାମାଗାର ରେ ଲାଗିଥିବା ଦୁଇଟି ଷ୍ଟିଲ ରୋଟେଟ ଗେଟ ଏନ ଏ ସି ଯଥା ଶୀଘ୍ର ମରାମତି କରି ଲଗାଯାଇଛି।


