ସାଇକେଲରେ ବୁଲି ଥାନା ଅଧିକାରୀଙ୍କ କରୋନା ସଚେତନତାର ବାର୍ତ୍ତା ପ୍ରଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସାଇକେଲରେ ବିଭିନ୍ନ ଗ୍ରାମ ବୁଲି କରୋନା ସଚେତନତାର ବାର୍ତ୍ତା ପ୍ରଦାନ କରିଥିବାର ଦେଖାଯାଇଛି । ନିଜର ଦାୟୀତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ସହିତ ଶ୍ରୀ ମଲ୍ଲିକ ପ୍ରତ୍ୟେହ ସକାଳେ ପ୍ରାତଭ୍ରମଣ ସମୟରେ ରାସ୍ତାରେ ବିଭିନ୍ନ ଗାଁରେ ଲୋକମାନଙ୍କୁ ଭେଟି ସଚେତନ କରୁଛନ୍ତି । ପୋଲିସ ପ୍ରତି ସାଧାରଣ ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ବଦଳାଇବାରେ ସଫଳ ହୋଇଛନ୍ତି ଶ୍ରୀ ମଲ୍ଲିକ । ସେମାନଙ୍କ ସହିତ କିଛି ସମୟ ସୁଖଦୁଃଖ ହେବା ସହିତ ସୁପରାମର୍ଶ ଦେବା ଏବଂ ଅନେକ ସମୟରେ ଗରୀବ ଓ ଅସହାୟମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଶ୍ରୀ ମଲ୍ଲିକ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜନତାଙ୍କ ପାଇଁ ବନ୍ଧୁ ପାଲଟିଯାଇଛନ୍ତି ଶ୍ରୀ ମଲ୍ଲିକ ।


