ଯୁବ ରେଡ୍ କ୍ରସ୍, ରେଡ୍ ରିବନ୍ କ୍ଲବ ଏବଂ ରେସ୍ପଣ୍ଡ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବଡ଼ ଦୋଡଙ୍ଗା ଗ୍ରାମରେ କୋଭିଡ ସଚେତନତା ପଥ ପ୍ରାନ୍ତ ନାଟକ

ଗାଙ୍ଗପୁର ,(ସନ୍ତୋଷ ବିଷୋୟୀ): ଗଞ୍ଜାମ ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଜନ ସାଧାରଣ ବେଫିକର୍ ନ ହୋଇ ଅଧିକ ସଚେତନ ଓ ସତର୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ରହିଛି I ଏହାକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କୁ ଅଧିକ ସଚେତନ କରିବା ପାଇଁ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ,ରେଡ୍ ରିବନ୍ କ୍ଲବ ଏବଂ ସ୍ଵେଚ୍ଛାସେବୀ ସଂଗଠନ ରେସ୍ପଣ୍ଡ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବଡ଼ ଦୋଡ଼ଙ୍ଗା ଗ୍ରାମରେ ଏକ କୋଭିଡ ସଚେତନତା ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓଙ୍କ ଦ୍ଵାରା ରଚିତ ଏବଂ ନିର୍ଦ୍ଦେଶିତ ନାଟକରେ କାହ୍ନୁ ସ୍ଵାଇଁ, ସିଙ୍କୁ ବେହେରା, ମହେନ୍ଦ୍ର ବେହେରା , ଜୟ ରାମ ପ୍ରଧାନ ଏବଂ ସମୀର ସାହୁ ପ୍ରମୁଖ ସ୍ଵେଚ୍ଛାସେବୀ ଅଭିନୟ କରି ନାଟକ ମାଧ୍ୟମରେ ଲୋକଙ୍କୁ ମାସ୍କ ବ୍ୟବହାର, ସାବୁନ୍ ରେ ହାତ ଧୋଇବା ଏବଂ ସାମାଜିକ ଦୂରତ୍ଵ ରକ୍ଷା କରିବା ଦିଗରେ ସଚେତନତା ବାର୍ତ୍ତା ଦେଇଥିଲେ I ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତୀ ସୁନ୍ଦର ସିୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା କବିରାଜ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଶିକ୍ଷକ ମୂନେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ