ମୁଖ୍ୟମନ୍ତ୍ରୀ ନବୀନ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ରାପଡାରେ ବିଜେଡି କର୍ମୀ ବିରିଆନୀରେ ଭାସିଲେ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ବେଳେ ସେଥିରେ ଅନେକ ମୁଲ୍ୟବାନ ଜୀବନ ହାନୀ ହୋଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନକୁ ପାଳନ ନକରିବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ରାପଡାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କିନ୍ତୁ କେନ୍ଦ୍ରାପଡା ସହରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ରକ୍ତଦାନ ଶିବିରରେ ମାସ୍କ ନପିନ୍ଧିବା ଓ ସାମାଜିକ ଦ୍ୱରତ୍ୱ ରକ୍ଷା ନକରାଯାଇ କୋଭିଡ -୧୯ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ରକ୍ତଦାନ ଶିବିର ପାଇଁ ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ନିମନ୍ତେ ମୁଣ୍ଡପିଛା ଆସିଥିବା ଅର୍ଥକୁ ଖର୍ଚ୍ଚ କରାନଯାଇ ଦଳୀୟ କର୍ମୀଙ୍କ ଠାରୁ ଜଣପିଛା ୨ଶହ ଟଙ୍କା ଓ କେତେକ ବରିଷ୍ଠ କର୍ମୀଙ୍କ ଠାରୁ ଏକହଜାରରୁ ଅଧିକ ଅର୍ଥ ଆଦାୟ କରାଯାଇ ସେଥିରେ ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା । ଏଭଳିକି କେତେକ କର୍ମୀଙ୍କ ଠାରୁ ଶିବିରର ଗୋଟିଏ ଗୋଟିଏ କାର୍ଯ୍ୟ ନିମନ୍ତେ ସ୍ୱତନ୍ତ୍ର ଭାବେ ଅର୍ଥ ଆଦାୟ କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । କିନ୍ତୁ ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ନିମନ୍ତେ ଆସିଥିବା ଅର୍ଥକୁ ଦାୟୀତ୍ୱରେ ଥିବା କର୍ମକର୍ତ୍ତା ଶିବିର ଶେଷ ହୋଇଯିବା ପରେ ସହରର ଦାମୀ ହୋଟେଲରୁ ମଟନ ବିରିଆନୀ ମଗାଇ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ସହ ଭୁରି ଭୋଜନ କରିଥିବା ବିଜେଡି କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି । ଏପଟେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ରାପଡାରେ କିଭଳି ତାହାର ଉଲ୍ଲଙ୍ଘନ କରାଯାଇ ବିଜେଡି କର୍ମୀ ମଟନ ବୀରିଆନୀରେ ଭାସିଲେ ତାହା ସାଧାରଣରେ ଆଲୋଚନା ହେଉଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ