୧୬ନଂ.ଜୋନ୍‌ରେ ଚୁଡାନ୍ତ ଭୋଟ ଗଣତି ଫଳାଫଳ ଘୋଷଣା

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକର ୧୬ନଂ.ଜୋନରେ ଚୁଡାନ୍ତ ଭୋଟ ଗଣତି ଫଳାଫଳ ଘୋଷଣା ହୋଇଛି । ଜଣେ ଜିଲା ପରିଷଦ, ୮ ସମିତି ସଭ୍ୟ, ୮ ସରପଞ୍ଚ ବିଜୟୀ ହୋଇଥିବା ସୂଚନା ମିଳିଛି । ବିଜୁ ଜନତା ଦଳର ଜିଲା ପରିଷଦ ପ୍ରାର୍ଥିନୀ ମୁନି ମୁଣ୍ଡା ୭୭୫୦ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସରପଞ୍ଚ ଆସନରେ ପଧାନପଡାରେ ଗଜେନ୍ଦ୍ର କୁମାର ସେଠୀ ୧୯୨ ଖଣ୍ଡ, ନିଳୋକରେ ରଜନୀ ସେଠୀ ୧୮୭ ଖଣ୍ଡ, ସେଣ୍ଢତୀରାରେ ପ୍ରଶାନ୍ତ କୁମାର ଦାସ ୧୬୧ ଖଣ୍ଡ, ଗୋବିନ୍ଦପୁରରେ ସସ୍ମିତା ମହାପାତ୍ର ୧୨୮ ଖଣ୍ଡ, କେନ୍ଦୁଆପଦାରେ ପ୍ରମୋଦ କୁମାର ଜେନା ୪୯୬ ଖଣ୍ଡ, ତୋଡଗାଁରେ ମାନସ ରଞ୍ଜନ ପହି ୯୭୦ ଖଣ୍ଡ, ରାମପୁରରେ ଗିରୀଧାରୀ ସାହୁ ୩୧୬ ଖଣ୍ଡ, ରାମକୃଷ୍ଣପୁରରେ ହିରେନ୍ଦ୍ର ଖିଲାର ୨୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ସମିତି ସଭ୍ୟ ଆସନରେ ପଧାନପଡାରେ ସବିହା ବିବି ୬୪ ଖଣ୍ଡ, ନିଳୋକରେ ଉଦ୍ଧବ ଚରଣ ସେଠୀ ୧୩୫ ଖଣ୍ଡ, ସେଣ୍ଢତୀରାରେ ପ୍ରେମାନନ୍ଦ ନାୟକ ୭୨ ଖଣ୍ଡ, ଗୋବିନ୍ଦପୁରରେ ନିଳିମା ଖଟୁଆ ୧୯୦ ଖଣ୍ଡ, କେନ୍ଦୁଆପଦାରେ ପ୍ରଗତିବାଳା ସ୍ୱାଇଁ ୮୬୯ ଖଣ୍ଡ, ତୋଡଗାଁରେ ଗୀତାରାଣୀ ଦାସ ୪୦୦ ଖଣ୍ଡ, ରାମପୁରରେ କୁନି ମୁଣ୍ଡା ୧୮୩ ଖଣ୍ଡ, ରାମକୃଷ୍ଣପୁରରେ ଜେମାମଣି ସେଠୀ ୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ