ଯୋଡା ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଜନପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକ ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଗୁରୁବାର ଆୟୋଜିତ ପନଚାୟତ ସମିତି ବୈଠକରେ ବିଭିନ୍ନ ପନଚାୟତର ନିର୍ବାଚିତ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ବୈଠକରେ ହୋହାଲ୍ଲା କରିଥିଲେ । ଏହି ଅଷ୍ଟମ ପନଚାୟତ ସମିତି ବୈଠକ ନିର୍ବାଚିତ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଯୋଡା ବ୍ଲକ ବିଡିଓଙ୍କ କାର୍ଯ୍ୟକଳାପ ଏବଂ ଦୁର୍ନୀତିକୁ ନେଇ ସିଧାସଳଖ ଅଭିଯୋଗ କରି ଉପସ୍ଥିତ ଜନପ୍ରତିନିଧି ମାନେ ହୋହଲ୍ଲା ଆରମ୍ଭ କରିଥିଲେ । ଯୋଡା ବ୍ଲକ ବିଡିଓ ସବୁ କାର୍ଯ୍ୟରେ ପିସିକୁ ଆଗ୍ରାଧିକାର ଦେଉଥିବା ଜନପ୍ରତିନିଧିମାନେ ଅଭିଯୋଗ କରିଥିଲେ । ଉପସ୍ଥିତ ଜନପ୍ରତିନିଧିମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ ଯେ, ଧାର୍ଯ୍ୟ ପିସି ଦେବା ପରେବି ଠିକାଦାର ମାନଙ୍କ ବିଲ ପାସ ନକରାଇବା, କାର୍ଯ୍ୟ ପରେ ମାସ ମାସ ସେମାନଙ୍କୁ କାର୍ଯ୍ୟାଳୟକୁ ଦୌଡାଇ ଦୌଡାଇ ନିରାଶ କରିବା, ଟେମ୍ପରାରୀ ମେଡିକାଲ ସେନ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ପାଉଣା ନଦେବା ଏବଂ ବ୍ଲକ ଅଧୀନରେ ଆସୁଥିବା ଅଚଂଳ ଗୁଡିକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା, ନିର୍ବାଚିତ ଜନପ୍ରତିନିଧି ମାନଙ୍କ କ୍ଷମତାକୁ ଅପସାରଣ କରି ତାଙ୍କ ସ୍ଥାନରେ ଜେଇ ଏବଂ ଆସିଷ୍ଟାଣ୍ଡ ଇଞ୍ଜିନିୟର ମାନଙ୍କୁ ପ୍ରାଧାନ୍ୟ ଦେଇ କାର୍ଯ୍ୟରେ ନିୟୋଜିତ କରିବା ଆଦି ଘଟଣା ର ଅଭିଯୋଗ କରି ଉତେଜନା ପ୍ରକାଶ ପାଇଥିଲା । ଉତେଜନା ପାଇବା ପରେ ଜନପ୍ରତିନିଧିମାନେ ବୈଠକ ଅଧାରୁ ଉଠି ବାହାରକୁ ଚାଲିଆସିଥିଲେ । ବିଡିଓଙ୍କ ଦୁର୍ନୀତିଖୋର କାର୍ଯ୍ୟକଳାପକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ଏବଂ ଆବଶ୍ୟକସ୍ଥଳେ ଏସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବେ ବୋଲି ନିର୍ବାଚିତ ଜନପ୍ରତିନିଧି ମାନେ କହିଥିଲେ । ଏହି ଘଟଣା ସମ୍ବନ୍ଧରେ ବୈଠକରେ ଉପସ୍ଥିତ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ବିଡିଓଙ୍କୁ ପରାମର୍ଶ ତଥା ବୁଝାଇବାକୁ ଚେଷ୍ଟା କରିବାରୁ ଦୁଇ ସରକାରୀ ପଦାଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯୋଡା ବିଡିଓ ଯୋଗେଶ୍ୱର ନାଏକ ଜଣେ ତହସିଲଦାରଙ୍କୁ ଯଦି ଏହିଭଳି ଦୁର୍ବ୍ୟବହାର କରୁଛନ୍ତି ତାହେଲେ ଯୋଡା ଅଞ୍ଚଳର ଜନସାଧାରଣ, ନିରକ୍ଷର ଆଦିବାସୀ ପୁରୁଷ ଓ ମହିଳା ଏବଂ ଠିକାଦାର କେଉଁ ପ୍ରକାର ବ୍ୟବହାର ପାଉଥିବେ ଜନପ୍ରତିନିଧିମାନେ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ