ରଙ୍ଗେଇଲୁଣ୍ଡା ବ୍ଲକରେ ମାଙ୍କଡ ଓ ବାରହା ଆତଙ୍କ

ଛତ୍ରପୁର, (ଦେବଦତ୍ତ ମହାରଣା) : ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବାରହା, ମାଙ୍କଡ ପ୍ରାର୍ଦୁଭାବ ଯୋଗୁଁ ବ୍ୟାପକ ଫସଲ ଧନଜୀବନ କ୍ଷତି ହେଉଥିବା ନେଇ ବୁଧବାର ଆଇନଜୀବି ସିରିନ୍ ତମ୍ମନା, ଜଗନ୍ନାଥ ଚୈାଧୂରୀ ଓ ସନ୍ଦିପ କୁମାର ପଣ୍ଡାଙ୍କ ନେତୃତ୍ୱରେ ବହୁ ଅଂଚଳବାସୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି । ଏହାସହ ଏହାର ପ୍ରତିକାର ପାଇଁ ସେମାନେ ଦାବି କରିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ ଶାସନ ପଦର, ଚିକରଡା ଓ ଛେଳିଆ ଗ୍ରାମ ସମେତ ଅନ୍ୟାନ୍ୟ ଆଖପାଖ ପଂଚାୟତରେ ମାଙ୍କଡ ଓ ବାରହାଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇଥିବା ଏବଂ ଏହା ଦ୍ୱାରା ଫସଲ ହାନି ସହ ଧନ ଜୀବନ କ୍ଷତି ହୋଇଥିବା ଯୋଗୁଁ ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ସେମାନେ ଦାବୀ କରିଛନ୍ତି । ବାରହା ଓ ମାଙ୍କଡ ମାନଙ୍କ ଆକ୍ରମଣ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨୫୦ ରୁ ଉର୍ଦ୍ଧ୍ୱ ଲୋକ ଶିକାର ହୋଇସାରିଲେଣି । ଏହା ଦିନକୁ ଦିନ କେ ଜଟିଳ ସମସ୍ୟାର ରୁପ ନେବାକୁ ବସିଲାଣି । ଏହାର ଏକ ସ୍ଥାୟୀ ସମାଧାନ ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଅଂଚଳବାସୀ ଏହା ମଧ୍ୟ ହୃଦୟଙ୍ଗମ କରି ଆସିଛନ୍ତି ଯେ, ପରିବେଶ ସନ୍ତୁଳତା ଦୃଷ୍ଟିରୁ ବନ୍ୟ ପ୍ରାଣୀ ମାନଙ୍କ ସୁରକ୍ଷା ମଧ୍ୟ ଆମ ମାନଙ୍କ ନୈତିକ ତଥା ସାମାଜିକ ଦାୟିତ୍ୱ । ଅତଃ ଏମାନଙ୍କ ସୁରକ୍ଷା ନିମନ୍ତେ ଏମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ଉଚିତ୍ ପଦକ୍ଷେପ ନେବାକୁ ଅଂଚଳବାସୀ ପକ୍ଷରୁ ଦାବି କରାଯାଇଛି । ଏନେଇ ପୂର୍ବରୁ ଗତ ୨୫ ତାରିଖ ଦିନ ବ୍ରହ୍ମପୁର ଡିଏଫଓଙ୍କୁ ଅଂଚଳବାସୀ ଭେଟି ଏହାର ସ୍ଥାୟୀ ସମାଧାନ ନିମନ୍ତେ ଦାବି ପତ୍ର ମଧ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ