ରନ୍ଧନ ଗ୍ୟାସ ର ଦରଦାମ ବୃଦ୍ଧି ପ୍ରତିବାଦରେ
ଛତ୍ରପୁର, (ଦେବଦତ୍ତ ମହାରଣା) : ବିଜୁ ମହିଳା, ଯୂବ ଓ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଧନ ଗ୍ୟାସ ଦର, ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ମାନେ ଛତ୍ରପୁର ଏନଏସି ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୁଲ୍ୟ ବୃଦ୍ଧି ପ୍ରତିବାଦରେ ହାଣ୍ଡିଶାଳରୁ ବାହାରି ମହିଳା ମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଦରବୃଦ୍ଧି ନିୟନ୍ତ୍ରଣ ନ କରିଛି ସେ ପର୍ଯ୍ୟନ୍ତ ଏହିପରି ପ୍ରତିବାଦ ଧାରଣା ଚାଲୁ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଲୋକମାନଙ୍କୁ ଉଜ୍ଜଳା ଗ୍ୟାସ ନାମରେ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇ ପରବର୍ତ୍ତୀ ସମୟରେ ସିଲିଣ୍ଡର ଦର ବୃଦ୍ଧି କରି ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ବହୁ ମହିଳା ନେତ୍ରୀ ମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେହିପରି ଖାଇବା ତେଲର ଦର କ୍ରମାଗତ ଭାବେ ବଢି ଚାଲିଛି । ଫଳରେ ଗରିବ ଖଟିଖିଆ ଲୋକଙ୍କ ପକ୍ଷରେ ଚଳିବା ଅସମ୍ଭବ ହୋଇପଡିଛି । କେନ୍ଦ୍ର ସରକାର ତୁରନ୍ତ ସମସ୍ତ ଦରଦାମ ହ୍ରାସ କରିବା ନିମନ୍ତେ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୃଥକ ପୃଥକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଧାୟକ ଶ୍ରୀ ବେହେରା, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜିବାବୁ, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଛାତ୍ର ବିଜେଡି ସଭାପତି ସନାତନ ବିଶ୍ୱାଳ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷା ପ୍ରଦୋଷ କୁମାର ବେହେରା, ସରକାରୀ ଓକିଲ ମନୋଜ କୁମାର ପାଢୀ, ଭୈରବୀ ପଟ୍ଟନାୟକ, ସୁରେଶ ପଣ୍ଡା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସନୋପତି, ରାଜେଶ ସାହୁ, ବାଦଲ କୁମାର ପାଣ୍ଡି, ଆଇନଜୀବିି ସିମାଂଚଳ ମହାପାତ୍ର , ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ ନାଗେଶ୍ୱର ରାଓ, ସନମୁଖ ପଟ୍ଟନାୟକଙ୍କ ସମେତ ଏନଏସିର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ସେହିପରି ବ୍ଲକ ସମ୍ମୁଖରେ ବିଧାୟକ ଶ୍ରୀ ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ .ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ସଭାପତି କାଳିଆ ନାହାକ, ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଓ ଜଟିଆ ନାହାକ, ପୂର୍ବତନ ସରପଂଚ ବି. ସୁଦାମ, ପ୍ରକାଶ ବିଷୋୟୀ ଓ ସୋମନାଥ ବେହେରା, କଣମଣା ସରପଂଚ ଏସ୍ . ଚକ୍ରପାଣି ରେଡ୍ଡି, ପୋଡାପଦର ସରପଂଚ ପିତାମ୍ବର ପଣ୍ଡା, କଣମଣା ସମିତିସଭ୍ୟା ରଶ୍ମିତା ବେହେରା, ଯୁବନେତା ବି. ଚନ୍ଦ୍ରମଣି ପାତ୍ର. ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଅକ୍ଷୟ କୁମାର ସ୍ୱାଇଁ, ନିବାସୀ ଗୈାଡ, ମତ୍ସ୍ୟଜିନି ନେତା ବି.ସିମାଦ୍ରୀ, କାହ୍ନୁ ଚରଣ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


