ହତ୍ୟା ଅଭିଯୁକ୍ତଙ୍କୁୁ ଧରିବା ପାଇଁ ବାପାର ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ନଗଡା ଗ୍ରାମର ସରୋଜ କୁମାର ସାହୁଙ୍କ ଝିଅ ଶୁଭ ଦର୍ଶିତା ସାହୁ ଆଳି ସ୍ଥିତ ରସୁଲପୁର ଗ୍ରାମର ସଙ୍ଗୀତ ସମ୍ରାଟ ପଟେଲଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ଦେଢବର୍ଷ ପରେ ଯୈାତୁକ ଦାବି କରି ସ୍ୱାମୀ ସହିତ ଘରର ଅନ୍ୟ ୪ଜଣ ସଦସ୍ୟ ଶୁଭଶ୍ରୀକୁ ହତ୍ୟା କରିଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତ୍ତିକରି ଆଳି ଥାନା ପୋଲିସ ୮୬/୨୨ରେ ଏକ ମାମଲା ରୁଜୁ କରି ଶୁଭଦର୍ଶିତାଙ୍କ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁ ନଥିବା ଅଭିଯୋଗ ହୋଇଛି । ଏନେଇ ଶୁଭଶ୍ରୀଙ୍କ ପିତା ସରୋଜ ଶନିବାର ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ