ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡିର ବିକ୍ଷୋଭ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଓ ଉଜ୍ଜଳା ଯୋଜନାର ବିଫଳତାକୁ ନେଇ ବୁଧବାର ହିଞ୍ଜିଳିକାଟୁ ରେ ବିଜେଡ଼ି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି।ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜେଡି ହିଞ୍ଜିଳି ବ୍ଲକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ନଗର ସଭାପତି ଭିମସେନ ବେହେରାଙ୍କ ନେତୃତ୍ୱରେ ହିଞ୍ଜିଳି ବିଜେଡିର ଛାତ୍ର,ଯୁବ ଓ ମହିଳା ସଂଗଠନର କର୍ମୀ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜରାସ୍ତାରେ ନାରାବାଜି ଦେବା ସହ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦରବୃଦ୍ଧି ବିରୋଧରେ ପ୍ରତିବାଦ ଓ ଉଜ୍ଜଳା ଯୋଜନାରେ ରାଜ୍ୟରେ ମହିଳା ମାନେ ପ୍ରଭାବିତ ହେଉଥିବା ପ୍ରତିକ୍ରିୟା ପ୍ରକାଶ କରିଥିଲେ।ପରେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଓ ଏହାର ପ୍ରତିକାର ସକାଶେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ଵାକ୍ଷର ସମ୍ବଳିତ ସ୍ମାରକପତ୍ର ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶଙ୍କୁ ପ୍ରଦାନ କରିଥିଲେ।ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ବ୍ଲକ ଅଧ୍ୟକ୍ଷ ଏନ. ରଘୁନାଥ, ଜିଲ୍ଲା ବିଜେଡ଼ି ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ଡିଜିଟାଲ ସମ୍ପାଦକ ଲଡୁ କିଶୋର ବେହେରା, ଅଜୟ କୁମାର ମହାରଣା,ଏ.ସୁଦର୍ଶନ,ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପ୍ୟାରୀମୋହନ ପାଢି, ନିଳାଞ୍ଚଳ ପାଢ଼ୀ,ରାମହରି ଶର୍ମା,ପ୍ରମୋଦ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି,ଛାତ୍ର ବିଜେଡ଼ିର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼,ସମ୍ପାଦକ ସୁନୀଲ କୁମାର ପଟ୍ଟନାୟକ, ଗଙ୍ଗା ଦାସ, ଦିଲିପ ବୈଠାରୁ, ବି ରାମଚନ୍ଦ୍ର, ରାମଚନ୍ଦ୍ର ସାହୁ, ଯୁଧିଷ୍ଠିର ସ୍ବାଇଁ, ଜିତୁସ୍ବାଇଁ ଓ ସୁବ୍ରତ ସାବତ, ନଗର ବିଜେଡ଼ି ମହିଳା ସଭାନେତ୍ରୀ ବୈଜୟନ୍ତିମାଳା ପଟ୍ଟନାୟକ ଙ୍କ ସମେତ ଛାତ୍ର, ଯୁବ ମହିଳା ବିଜେଡ଼ି କର୍ମୀ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ