ରବିନାରାୟଣ ଶତପଥୀଙ୍କ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ସହର ଉପକଣ୍ଠ ବାଙ୍ଗରା ନୀଳକଣ୍ଠେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ରବିନାରାୟଣ ଶତପଥୀଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତିସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶଶିଭୁଷଣ କର ଏଥିରେ ଅଧ୍ୟକ୍ଷତା ସହ ସ୍ୱର୍ଗତ ଶତପଥୀଙ୍କ ବହୁବିଧ ପ୍ରତିଭା ଓ ବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଉଦ୍ୟମ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ଆଦର୍ଶବାଦୀ, ପରୋପକାରୀ, ମେଳାପୀ ବ୍ୟକ୍ତିତ୍ୱ ଭାବେ କେବଳ ବାଙ୍ଗରା ନୁହେଁ ବରଂ ଆଖପାଖ ଅଞ୍ଚଳ ପାଇଁ ସେ ପ୍ରେରଣା ଥିଲେ ବୋଲି ଶ୍ରୀ କର କହିଥିଲେ । ବିନୋଦ କୁମାର ପାଳ, ଦିବ୍ୟକାନ୍ତ ତ୍ରିପାଠୀ, ମାନସ ରଂଜନ ମିଶ୍ର, ଜ୍ୟୋତ୍ସ୍ନାରାଣୀ ସିଂ, ଲକ୍ଷ୍ମୀଧର ଦାସ, ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ସ୍ୱର୍ଗତ ଶତନଥୀଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ