ରବି ଫସଲ ପାଇଁ ପାଣି ଯୋଗାଣ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ଓ ବୁଗୁଡା ବ୍ଲକ ଅନ୍ତର୍ଗତ ଧନେଇ ଓ ବାଘୁଆ ମଧ୍ୟମ ଜଳଭଣ୍ଡାରରୁ ରବି ଫସଲ ପାଇଁ କେନାଲରେ ପାଣି ଛଡ଼ାଯାଇଥିବା ସହ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଛନ୍ତି । ପୂର୍ବ ନିଷ୍ପତ୍ତି ପ୍ରକାରେ ଫେବୃଆରୀ ୦୮ ତାରିଖ ଠାରୁ ୦୪ ଦିନ ପାଇଁ ଧନେଇ ଓ ବାଘୁଆ ମଧ୍ୟମ ଜଳଭଣ୍ଡାରରୁ କେନାଲରେ ପାଣି ଛଡ଼ାଯିବ। ଧନେଇ ମଧ୍ୟମ ଜଳ ଭଣ୍ଡାରରୁ ରବି ଫସଲ ଚାଷ ପାଇଁ ମୋଟ ୧୪୨୦ ହେକ୍ଟର ଜମିରେ ଜଳସେଚିନ ପାଇଁ ଯୋଜନା ସ୍ଥିର ହୋଇଥିବା ବେଳେ ବାଘୁଆ ମଧ୍ୟମ ଜଳ ଭଣ୍ଡାରରୁ ମୋଟ ୧୨୦୦ ହେକ୍ଟର ଜମିରେ ଜଳସେଚିତ ହେବାପାଇଁ ସ୍ଥିର ହୋଇଅଛି । ଉଭୟ ଜଳ ଭଣ୍ଡାର ଦ୍ୱରା ରବି ଫସଲ ପାଇଁ ଯେଉଁ ସବୁ ଜମିରେ ଜଳସେଚିତ ହେବାକୁ ଯାଉଛି ସେହିସବୁ ଜମିର ଚାଷୀମାନେ ଜଳ ନଷ୍ଟ ନକରି ସଦୁପଯୋଗ କରିବାକୁ ସହ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ