ରାଇମଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ କୋଳିପଦୀ ଧନିଓଝା ଗ୍ରାମରେ ଚାଲିଥିବା ୨୩ତମ ମା’ରାଇମଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏଥିରେ ମୋଟ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ରେ ମନୋହରପୁର ଦଳକୁ ହରାଇ ରଘୁନାଥପୁର ଦଳ ଚମ୍ପିୟନ ହୋଇଛି । ମୁଖ୍ୟ ଅତିଥି ଭାବେ ବନ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ମାନସୀରାଣୀ ରାଉତ ଯୋଗ ଦେଇ ଚମ୍ପିୟନ ଦଳକୁ ଓ ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟ ପ୍ରାର୍ଥୀ ପରମେଶ୍ୱର ବାରିକ ଯୋଗ ଦେଇ ରନର୍ସ ଅଫ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାନ୍ ଅଫ ଦି ସିରିଜ୍ ଭାବେ ରଘୁନାଥପୁରର ଅଶୋକ କୁମାର ଜେନାଙ୍କୁ ପୁରସ୍କୃତ କରାଯାଇଥିଲା ।


