ନିର୍ବାଚନ ଖର୍ଚ୍ଚ ସଂପର୍କୀତ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଆଗାମୀ ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ସଂପର୍କୀତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଶୁଭଦର୍ଶନ ମିଶ୍ର, ନିର୍ବାଚନ ଖର୍ଚ୍ଚ ଅବଜରଭର ରମେଶ ଚନ୍ଦ୍ର ପାତ୍ର, ସଂଯୋଜନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଘୋଷ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଜମାଦାର ମୁଣ୍ଡା ଯୋଗ ଦେଇଥିଲେ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ପ୍ରାର୍ଥୀ ମାନେ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରି ପାରିବେ ଏବଂ ୫ଟି ଚାରିଚକିଆ ଓ ୧୦ଟି ଦୁଇ ଚକିଆ ଯାନ ବ୍ୟବହାର କରିପାରିବେ । ସେହିପରି ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ମାନେ ୨ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ କରିପାରିବା ସହ ୨ଟି ଚାରି ଚକିଆ ଓ ୫ଟି ଦୁଇ ଚକିଆ ଯାନ ବ୍ୟବହାର କରିପାରିବେ ବୋଲି ସୂଚନା ଦିଆଯାଇଥିଲା । ଏଥିସହ ପ୍ରାର୍ଥୀ ମାନେ ପ୍ରତିଦିନର ସମସ୍ତ ନିର୍ବାଚନ ଖର୍ଚ୍ଚକୁ ରେଜିଷ୍ଟରରେ ଉଲ୍ଲେଖ କରିବାକୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ୨୫ ପଞ୍ଚାୟତର ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ମାନେ ଯୋଗ ଦେଇଥିଲେ ।


