ରାଇରଙ୍ଗପୁରରେ ଅରମଦା ସିଂ ମହଲ ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର । ଏହାର ଜନ ସଂଖ୍ୟା ପଚାଶ ହଜାରରୁ ଉର୍ଦ୍ଧ୍ବ । ତଦସହ ଏହି ସହର ଉପରେ ୭ଟି ବ୍ଲକ, ପଞପିଢ ଉପଖଣ୍ଡର ୫ଟି ବ୍କକବାସୀ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ସିମାନ୍ତ ଅଂଚଳବାସୀ ନିର୍ଭର କରନ୍ତି । ଲୋକଙ୍କ ଚାହିଦା ଅନୁଯାୟୀ ରାଇରଙ୍ଗ-ପୁର ସହରରେ ପ୍ରଥମ ଥର ପାଇଁ ଅରମଦା ସିଂ ମହଲ ରାଇରଙ୍ଗପୁର ପୌରାଞ୍ଚଳର ମୁଖ୍ୟ ରାସ୍ତା ଅଂଳାଡୁବାରେ ଗୁରୁବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ’ ଅରମଦା ‘ର ଜୋନାଲ ମେନେଜର ମନୋରଞ୍ଜନ ନନ୍ଦ, ଜୋନାଲ ମୁଖ୍ୟ ତପନ ବଳ, ରାଇରଙ୍ଗପୁର ସିଂ ମହଲର ମାଲିକ ଯୂବ ବ୍ୟବସାୟୀ ନବୀନ ରାମ, ଟିମ୍ ଲିଡର ପ୍ରବିଣ ମଲ୍ଲିକ, ଶୁଶିଲ ମହାନ୍ତ, ଶୁଶାନ୍ତ ବେହେରା, ଅଶୋକ ସାହୁ, ମାର୍କେଟିଂ ମେନେଜର ଦିବ୍ୟ ଗିରି ପ୍ରମୁଖ ଉପସ୍ଥିତ ରହି ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ । ରାଇରଙ୍ଗପର ଅଂଚଳର ଗ୍ରାହକ ମାନଙ୍କୁ ଉଚିତ୍ ମାନର ଜିନିଷ ପ୍ରଦାନ ସଠିକ ମୂଲ୍ୟ ଦେବା ପାଇଁ ଶତ ପ୍ରତିଶତ ପ୍ରତିଶ୍ରୁତି ବଦ୍ଧ । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି,ଗ୍ରାହକ ମାନେ ଉପସ୍ଥିତ ଥିଲେ ।ଅମରଦା ସିଂ ମହଲ ଗ୍ରାହକ ମାନଙ୍କର ଚାହିଦା କୁ ସଦା ସର୍ବଦା ଶତପ୍ରତିଶତ ଗୁରୁତ୍ୱ ଦେବା ବୋଲି ମାଲିକ ନବୀନ ରାମ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ