ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନୂତନ ପରିଚାଳନା ସମିତି ଅଭିଭାବକ କୁ ଅଣଦେଖା

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ପରିଚାଳନା ସମିତି ଗଠନ ହୋଇଯାଇଛି I ଅଭିଭାବକ ମାନଙ୍କୁ ଅଣଦେଖା କରାଯାଇଛି l ଏଭଳିକି ବହୁ ବର୍ଷ ଧରି ରହିଥିବା କମିଟି ସଦଶ୍ୟ ଙ୍କୁ ପୁଣୀ ନୂତନ ଭାବେ ରଖା ଯାଉଛି l ପ୍ରଧାନ ଆଚାର୍ଯ୍ୟ ପଦବୀ ନବକଳେବର ହେଉନି ଯାହାକୁ ନେଇ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଦଶମ ନବମ ଶ୍ରେଣୀ ରେ ଛାତ୍ର ଛାତ୍ରୀ ଙ୍କ ସାଂଖ୍ୟ କମିବାରେ ଲାଗିଛି I ଗୁରୁବାର ଦିନ ଶିଶୁ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଶିକ୍ଷା ବିକାଶ ସମିତି ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ନୂତନ ପରିଚାଳନା ସମିତିକୁ ଅନୁମୋଦନ କରିବା ସହ ମାର୍ଗଦର୍ଶନ କରିଥିଲେ l ନୂତନ  ପରିଚାଳନା ସମିତିର ସଭାପତି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଦଳାଇ, ଉପ ସଭାପତି ଅଧ୍ୟାପକ ଭଗବାନ ବିଷୋୟୀ, ସମ୍ପାଦକ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବି  ପାତ୍ର ମନୋନୀତ ହୋଇଛନ୍ତି l ସେହିପରି ଯୁଗ୍ମ ସମ୍ପାଦକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବୃନ୍ଦାବନ ସାମନ୍ତରା , ସଦସ୍ୟା ରଞ୍ଜିତା ବେହେରା ଓ ସ୍ୱପ୍ନା ବେହେରାଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ ଓ ସାମ୍ବାଦିକ ବାବୁଲା ସେଠୀ  ମନୋନୀତ ହୋଇ ଛନ୍ତି l ସେହିପରି ମାତୃ ସଂଗଠକ ଭାବେ ଅଧ୍ୟାପିକା ରିତା କୁମାରୀ ଶତପଥୀ ଓ ଶିକ୍ଷୟିତ୍ରୀ ମାମିନି ସାହୁଙ୍କୁ ମନୋନୀତ କରାଯାଇଛି l ନୂତନ ପରିଚାଳନା ସମିତି ଗଠନ ବେଳେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଆରତୀ ପାଢ଼ୀ ଓ ବରିଷ୍ଠ ଗୁରୁଜୀ ସୁଧାଂଶୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ