ରାଇରଙ୍ଗପୁରର ବର୍ଷିଆନ ମହିଳା ଆଇନଜୀବୀ ସଂଗୀତା ସାଓଙ୍କର ଦେହାନ୍ତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ପବିତ୍ର କାର୍ତିକ ପୂର୍ଣିମା ଦିନ ଭୋର ୫.୩୦ ପାଖାପାଖି ସମୟରେ ରାଇରଙ୍ଗପୁରର ବରିଷ୍ଠ ମହିଳା ଆଇନଜୀବୀ ସଂଗୀତା ସାଓଙ୍କର ଦେହାନ୍ତ ହୋଇଯାଇଛି ।ଦିର୍ଘଦିନ ହେଲି ସେ ରୋଗାଗ୍ରସ୍ତ ଥିଲେ ।ସେ ଜଣେ ଧର୍ମପରାୟଣା, ମେଳାପି, ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ । ଖବର ପାଇ ବହୁ ଆଇନଜିବୀ ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ତ ସଂପନ୍ନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ