ରାଇରଙ୍ଗପୁରରେ ରଥକାଠ ଅନୁକୂଳ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ମହାନ ପବିତ୍ର ଧାର୍ମିକ ଦିବସରେ ରଥଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହୁଏ । ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଜଗନ୍ନାଥ ମନ୍ଦିର ପରିସରରେ ଠାକୁରଙ୍କ ପରଂପରା ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲା ପରେ‌ ମନ୍ଦିର ର ମୁଖ୍ୟ ପୂଜକ ଦେବନନା ପୂଜାର୍ଚନା କରିଥିଲେ ।ସକାଳୁ ଠାକୁରଙ୍କର ମଙ୍ଗଳ ଆରତୀ ପରେ ପ୍ରାତଃ ଅବକାଶ,ମଇଲମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ରସୋହୋମ ଅନୁଷ୍ଠିତ ହେଲାପରେ ମନ୍ଦିର ପରିସରରେ ରଥଖଳାରେ ରଥ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥିଲା । ଏଥିରେ ରଥ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜ କିଶୋର ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରକୁ ପରିଚାଳିତ କରିଥିଲେ । ରଥ ମହାରଣା ରାମ ବାବୁ ରଥକାଷ୍ଠକୁ କୁରାଢ଼ିରେ ପହିଲି ସ୍ପର୍ଶ କରିଥିଲେ ।ପରେ ପରେ ମହାପ୍ରଭୁଙ୍କ ଭିତର ଚନ୍ଦନ ନୀତି ଅନୁଷ୍ଠିତ ହୋଇଥିଲା । ଏଥିରେ ବର୍ତମାନର ନଗରପାଳ ଅଭିଷେକ ପଟ୍ଟନାୟକ ଉପସ୍ଥିତ ରହି ରଥ ଉପରେ ଛେରାପହଁରା କରିବାର ନୀତିନିୟମର ପରାମର୍ଶ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ମନ୍ଦିରର ବରିଷ୍ଠ ସଦସ୍ୟ କୃଷ୍ଣ ବିହାରୀ ମହାନ୍ତି, ମନୁ ଚୌଧୁରୀ,ଆଲୋକ ଅଗ୍ରୱାଲ,ଟୁଲୁ ଖୁଣ୍ଟିଆ, ରତିକାନ୍ତ ପରୀକ୍ଷା,ସୋଲେ ମହାନ୍ତ,ଭିକି ଶର୍ମା,ଗୁଡ଼ି ମହାନ୍ତି, ନୀଳକଣ୍ଠ ସାମନ୍ତରାୟଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ