ରାଇରଙ୍ଗପୁରରେ ଭୋଟର ସଚେତନତା ରଥ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ସାରା ରାଜ୍ୟରେ ନୂତନ ଭୋଟର ପଂଜୀକରଣ, ଭୋଟର ସଂଶୋଧନତା,ଭୋଟର ତାଲିକାର ସ୍ୱତନ୍ତ୍ର ୨୦୨୨ କାର୍ଯ୍ୟକ୍ରମ ନଭେମ୍ବର ୧ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁରହିଛି । ଏଥିପାଇଁ ବାମନଘାଟୀ ଉପଖଣ୍ଡର ସାରସକଣା ନିର୍ବାଚନ ମଣ୍ଡଳୀ(ସଂ) ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ(ସଂ) ପାଇଁ ରାଇରଙ୍ଗପୁର ଉପଜାଳିଲ୍ଲାପାଳ କାର୍ଯ୍ୟ ଚାଲୁ ରହିଛି ।ରବିବାର ଦିନ ସମସ୍ତ ବୁଥରେ ଚାଲୁ ରହିଛି । ଅଧିକରୁ ଅଧିକ ୧୮ ବର୍ଷ ଯୁବାଗୋଷ୍ଠୀ ଯେଭଳି ନୂତନ ଭୋଟର ତାଲିକାରେ ଯୁକ୍ତ ହୋଇ ପାରିବେ, ଭୋଟର ସଳଶୋଧନ, କାର୍ଯ୍ୟକ୍ରମକୁ ଗୁରୁତ୍ୟ ଦିଆଯାଉଛି ।ଏଥିପାଇଁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରୁ ଭୋଟର ସଚେତନତା ରଥ ରାଜସ୍ୱ ସଚିବ ଧନଞ୍ଜୟ ହେମ୍ବ୍ରମଙ୍କ ଦ୍ବାରା ସବୁଜ ପତାକା ହଲାଇ ଶୁଭ ଉଦଘାଟନ ହୋଇଯାଇଛି ।ଡାକବାଜି ଦ୍ୱାରା ରାଇରଙ୍ଗପୁର ପୌରାଞ୍ଚଳବାସୀଙ୍କୁ ଭୋଟ ସଚେତନତା ବାର୍ତ୍ତା ଜଣାଯାଇଥିଲା ।ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ପଂଜୀକରଣ ଅଧିକାରୀସରୋଜ ଦାସ,ନିର୍ବାଚନ ବିଭାଗ କର୍ମଚାରୀ ପ୍ରସାଦ ଵେହେରା, ତାପସ ଗିରି, ଲକି ପାଣି, ପ୍ରଫୁଲ୍ଲ ସାହୁ,କପିଳ ଭଦ୍ର, ପ୍ରମୁଖ ଉପସ୍ଥିତ ଥିଲେ ।


