ରାଇରଙ୍ଗପୁର ଆଦର୍ଶ ଥାନାରେ ନୂତନ ଥାନାଧିକାରିଣୀ ଭାବେ ସ୍ବର୍ଣ୍ଣଲତା ମିଞ୍ଜଙ୍କ ଯୋଗଦାନ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନାରେ ନୂତନ ଥାନାଧିକାରିଣୀ ଭାବେ ସ୍ବର୍ଣ୍ଣଲତା ମିଞ୍ଜ ଯୋଗଦାନ କରିଛନ୍ତି ।୨୦୧୬ ରୁ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନାରେ ଯୋଗଦାନ, ପରେ ବାରିପଦା ସଦର ଏବଂ ପରେ ଖୁଣ୍ଟା ଥାନାରେ ଥିଲେ ।ସେ ଉକ୍ତ ଥାନାରେ ଦକ୍ଷତାର ସହ ଦାୟିତ୍ଵ ନିଭାଇଥିଲେ । ରାଇରଙ୍ଗପୁରରେ ଶାନ୍ତି ଶୃଙ୍ଖଳା ,ବୃଦ୍ଧ,ମହିଳା, ଏବଂ ଶୀଶୁ ମାନଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକ ଭାବେ ଗୁରୁତ୍ଵ ଦେବାସହ ,ନିଶା ଵେପାର,ଜୁଆଡି, ଅସାମାଜିକ ବ୍ୟକ୍ତି,ଟ୍ରାଫିକ ସମସ୍ୟା ଉପରେ କଡା ନଜର ରଖିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।


