ଟେକ୍ନୋଓ୍ବାର୍ଲଡ ଗ୍ରୁପ ଅପଫ ଇନଷ୍ଟିଚ୍ଯୁସନର ୭ମ ବାର୍ଷିକୋତ୍ସବ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ‘ଟେକ୍ନୋଓ୍ବାର୍ଲଡ ଗ୍ରୁପ ଅଫ୍ ଇନଷ୍ଟିଚ୍ଯୁସନର’ ର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ବାମନଘାଟୀ ଉପଖଣ୍ଡର ଏକମାତ୍ର ୧୧/୦୬/୨୦୧୧ ମସିହାରେ ସ୍ଥାପିତ ଘରୋଇ ହାଇସ୍କୁଲ,+୨ ବିଜ୍ଞାନ କଲେଜ,ଡିଗ୍ରୀ ବିଜ୍ଞାନ,କଲେଜ, ନର୍ସିଂ କଲେଜ’ ସହିତ ବହୁ ଶିକ୍ଷା ବିଭାଗ ଏହି ଅନୁଷ୍ଠାନ ଦ୍ଵାରା ଦ୍ବାରା ଆଜିଯାଏ ଦକ୍ଷତାର ସହ ପରିଚାଳିତ ହେଉଛି ।ବୁଧବାର ଅପରାହ୍ନରେ ଏହି କାର୍ଯ୍ୟକ୍ରମରେ ସଭାପତି ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ଲଳିତ ମୋହନ ପ୍ରଧାନ , ମୁଖ୍ୟ ଅତିଥି ଭାବେ ନର୍ଥ ଜୋନର ଯୁକ୍ତ ୨ କାଉନସିଲ ଡେପୁଟି ଡାଇରେକ୍ଟର ପ୍ରଫେସର ଜୟଦେବ ପରମାଣିକ, ମୁଖ୍ୟ ବକ୍ତା ସିମାନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଅନିଲ କର, ସମ୍ମାନିତ ଅତିଥି ରାଇରଙ୍ଗପୁର ମହାବିଦ୍ୟାଳୟର ଅର୍ଥନୀତି ପ୍ରଫେସର ପ୍ରଶାନ୍ତ ବାରିକ, ବିଶିଷ୍ଟ କଥାଶିଳ୍ପୀ ଲଳିତ ମହାନ୍ତ, ଅନୁଷ୍ଠାନର ଚେୟାରମେନ ଇଞ୍ଜିନିୟର ଦୀନବନ୍ଧୁ ମହାନ୍ତ, ଇଞ୍ଜିନିୟରି ଉମାକାନ୍ତ ମହାନ୍ତ, ପରିଚାଳକ ଭବାନୀ ଶଙ୍କର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ବିଶିଷ୍ଟ ସଂସ୍କୃତ ପଣ୍ଡିତ ଖେଲେନ୍ଦୁ ଗିରି ମଂଚ ପରିଚାଳନା ଏବଂ ଅଧ୍ୟାପିକା ଡଃ ସସ୍ମିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ସହ ପ୍ରଦୀପ ପ୍ରଜ୍ବଳନ ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ଗାନ କରିଥିଲେ । ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ କଠିନ,ପରିଶ୍ରମ,ଅଧ୍ୟବସାୟ,ବଡ଼ ବଡ଼ ସ୍ବପ୍ନ ଦେଖିବା,ଗୁରୁ ଏବଂ ମାତୃପିତୃ ପୂଜନ,ସବୁ ବିଷୟରେ ଜ୍ଞାନ ଆହୋରଣ ଜିଜ୍ଞାସା ରଖିବା,ସହନଶୀଳ ଓ ଧୈର୍ଯ୍ୟର ସହ ଆଗକୁ ବଢିବା ପାଇଁ ଚେଷ୍ଟା କଲେ ଦିନେ ନା ଦିନେ ସଫଳତାର ଶୀର୍ଷରେ ପହଞି ପାରିବ ବୋଲି ପରାମର୍ଶ ଦେଇଥିଲେ । ଶିକ୍ଷକ ମାନେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଭଲ ଭଲ ସ୍ବପ୍ନ ଦେଖାଇବା ସହ ସେମାନଙ୍କ ମନସ୍ତତ୍ତ୍ୱକୁ ନେଇ ପରାମର୍ଶ ଦେବା ଉଚିତ ବୋଲି କହିଥିଲେ। ରାଇରଙ୍ଗପୁର ଭଳି ଏକ ଉପାନ୍ତ,ସିମାନ୍ତ ପଛୁଆ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଟେକ୍ନୋଓ୍ବାର୍ଲଡ ଅନୁଷ୍ଠାନର ପରିଚାଳନା କମିଟି ବହୁବାଧାବିଘ୍ନ ସହ ମୁକାବିଲା କରି ଅଂଚଳରେ ଶିକ୍ଷା ର ବିକାଶ ପାଇଁ ନେଇଥିବା ବଳିଷ୍ଠ ପଦକ୍ଷେପ କୁ ଅତିଥିଗଣ ଭୂରି ଭୂରି ପ୍ରଶଂସା କରିବା ସହ ଉତ୍ତରୋତ୍ତର କାମନା କରିଥିଲେ । ବାର୍ଷିକ ଉତ୍ସବ ପାଇଁ ହୋଇଥିବା ପ୍ରତିଯୋଗିତା ଏବଂ ପରୀକ୍ଷାରେ ପରାକାଷ୍ଠା ଦେଖାଇଥିବା ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ତ୍ୟାଗୀ କର୍ମଚାରୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଶେଷରେ ଅଧ୍ୟାପକ ପ୍ରକାଶ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଟେକ୍ନୋଓ୍ବାର୍ଲଡର ୭ମ ବାର୍ଷିକୋତ୍ସଵ ଶାନ୍ତି ଶୃଙ୍ଖଳା ସହ ସଂପନ୍ନ ସୋଇଥିବାରୁ ସମସ୍ତ ଅତିଥିବୃନ୍ଦ,ଅଧ୍ୟାପକ,ଅଧ୍ଯାପାକା, କର୍ମଚାରୀ,ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପରିଚାଳନା କମିଟି ସଦସ୍ୟ ଇଂ କମଳାକାନ୍ତ ମହାନ୍ତ କୃତଜ୍ଞତା ଜଣାଇଥିଲେ ।


