ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହେଲା ଦିନିକିଆ ନିଯୁକ୍ତି ମେଳା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ମିଳିତ ସହଯୋଗ ରେ ଆଜି ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି.ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆ ଙ୍କ ତତ୍ତ୍ୱ୍ୱାବଧାନରେ ରାଇରଙ୍ଗପୁର ରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳା କୁ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ. କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସିଂ, ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାଗର ଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ. ନିଯୁକ୍ତି ପାଇଁ ଅପେକ୍ଷା ରେ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଏହି ମେଳା ର ପୂର୍ଣ୍ଣ ସୁଯୋଗ ନେବା ପାଇଁ ଜିଲ୍ଲlପାଳ ପରାମର୍ଶ ଦେଇ କହିଥିଲେ କି ଯେହେତୁ ଅନେକ ନିଯୁକ୍ତି ଦାତା ଓ ଚାକିରୀ ପାଇଁ ଆଶାୟୀ ଅନେକ ଯୁବକ ଯୁବତୀ ଉଭୟ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ସେହି ଦୃଷ୍ଟି ରୁ ଚାକିରୀ ଅନ୍ୱେଷଣ ରେ ଥିବା ପ୍ରତ୍ୟେକ ନିଜ ନିଜ ପସନ୍ଦ ମୁତାବକ ଚାକିରୀ ପାଇବାରେ ଏହି ନିଯୁକ୍ତି ମେଳା ବେଶ ସହାୟକ ହେବ . ଉକ୍ତ ନିଯୁକ୍ତି ମେଳାରେ ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ ଟି ବ୍ଲକର ୫ମ ଶ୍ରେଣୀ ପାସ ଠାରୁ ଦଶମ +୨,+୩, ଆଇ.ଟି.ଆଇ, ଡିପ୍ଲୋମା ପାସ ଶିକ୍ଷାଗତ ଯୋଗ୍ୟତା ଥିବା ଓ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ବହୁ ବେକାର ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ . ଆଜିର ଏହି ନିଯୁକ୍ତି ମେଳା ରେ ୩୦ ଟି ନିଯୁକ୍ତି ଦାତା ୯୫୩ ଜଣ କୁ ପ୍ଲେସମେଣ୍ଟ ପାଇଁ ଚୟନ କରିଥିବା ବେଳେ ୮ ଟି ସରକାରୀ ଟ୍ରେନିଂ ପାର୍ଟନର ୩୯୭ ଜଣ ପ୍ରାର୍ଥୀ ଙ୍କୁ ତାଲିମ ଓ ତାଲିମ ପରବର୍ତୀ ନିଯୁକ୍ତି ପାଇଁ ଚୟନ କରିଛନ୍ତି. ସେହିପରି 6 ଗୋଟି ସରକାରୀ ଅନୁଷ୍ଠାନ ୧୪୨ ଜଣ ଙ୍କୁ ଆତ୍ମ ନିଯୁକ୍ତି ତାଲିମ ଏବଂ ଅନ୍ୟାନ୍ୟ ବୃତ୍ତି ଭିତ୍ତିକ ପରାମର୍ଶ ପାଇଁ ଚୟନ କରି ଥିଲେ. ଉକ୍ତ ମେଳା ରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୪୪ଟି ନିଯୁକ୍ତିଦାତା /ଅନୁଷ୍ଠାନ ଯୋଗ ଦେଇ ମୋଟ ୧୮୩୦ ଜଣ ଙ୍କୁ ନିଯୁକ୍ତି ପାଇଁ ଚୟନ କରିଛନ୍ତି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ, ମୟୁରଭଞ୍ଜ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ


