ରାଜନେତାଙ୍କ ଛାତି ଧଡ଼ଧଡ଼, ସମର୍ଥକଙ୍କ ମଧ୍ୟରେ ଚ୍ୟାଲେଞ୍ଜ ଓ ବେଟିଂ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନିର୍ବାଚନ ଫଳାଫଳ ଘୋଷଣାକୁ ଆଉ ବାକି ରହିଲା ଆଉ ୨୪ ଘଣ୍ଟା. ହେଲେ ଏନେଇ ଗଜପତି ଜିଲ୍ଲାରେ ନିର୍ବାଚନରେ ଭାଗ ନେଇଥିବା ରାଜନେତାଙ୍କ ହୃତସ୍ପନ୍ଦନ ବଢ଼ି ଚାଲି ଥିବାବେଳେ ସମର୍ଥକ ମଧ୍ୟରେ ବିଭିନ୍ନ ପ୍ରକାର ବାଦନୁବାଦ ଚ୍ୟାଲେଞ୍ଜ ଓ ବେଟିଂ ଲାଗିରହିଛି. ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନରେ ମତଦାନ ଗ୍ରହଣ ପରେ ଫଳାଫଳକୁ ନେଇ ରାଜନୈତିକ ଅଙ୍କକଷା ଚାଲୁରହିଛି। ବିଭିନ୍ନ ରାଜନୈତିକ ଦଳର ନେତା ଓ ତାଙ୍କ ସମର୍ଥକମାନେ ସେମାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିଜୟକୁ ନେଇ ଆଶାବାଦୀ ରହିଥିବା ବେଳେ ସମସ୍ତଙ୍କ ନଜର ଆସନ୍ତା ୪ ତାରିଖ ଦିନ ହେବାକୁ ଥିବା ନିର୍ବାଚନ କମିଶନରଙ୍କ ଚୂଡାନ୍ତ ଫଳାଫଳ ଘୋଷଣା ଉପରେ ରହିଛି। ପଳାଫଳ ଘୋଷଣା ସମୟ ଯେତିକି ପାଖେଇ ଆସୁଛି, ଏହି ଅଞ୍ଚଳର ଚା’ ଖଟି, ପାନ ଦୋକାନ ବିଭିନ୍ନ ଛକ ବଜାରରେ ଆଲୋଚନା ଜମିବାରେ ଲାଗିଛି। ଏଥର ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନରେ ତିନି ପ୍ରମୁଖ ଦଳର ନେତାମାନେ ବିଧାୟକ ଆସନରେ ବସିବା ପାଇଁ ଆଶା ବାନ୍ଧି ବସିଛନ୍ତି । ତେବେ ୪ ତାରିଖ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ କେଉଁମାନେ ବିଧାୟକ ମୁକୁଟ ପିନ୍ଧିବେ.ଏହି 2ଟି ବିଧାନସଭା ଆସନରୁ ମୁଖ୍ୟତଃ ବିଜେଡି, ବିଜେପି ଏବଂ କଂଗ୍ରେସ ତିନି ଦଳର ପ୍ରାର୍ଥୀମାନେ ବିଜୟ ଲାଭ କରିବେ ବୋଲି ୩ ଦଳର ଶିବିରରେ ଆଶାବାଦୀ ଅଛନ୍ତି ନେତା ଓ କର୍ମୀମାନେ. ନିଜ ନିଜ ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି କର୍ମୀମାନେ ବିଭିନ୍ନ ଭାବେ ଅଙ୍କକଷା ଆରମ୍ଭ କରିଦେଇଛନ୍ତି. ଗତ ୨୦୧୯ ନିର୍ବାଚନରେ ଏହି ୨ଟି ବିଧାନସଭାରୁ ପାରଳାଖେମୁଣ୍ଡି ବିଜେପି ଓ ମୋହନା କଂଗ୍ରେସ ଅକ୍ତିଆର କରିଥିଲା । ଚଳିତ ସାଧାରଣ ନିର୍ବାଚନରେ ଏହି 2ଟି ଆସନକୁ ନିଜ ନିଜ ଅକ୍ତିଆରକୁ ନେବା ପାଇଁ ୩ ପ୍ରମୁଖ ଦଳ ନିର୍ବାଚନରେ ଭୋଟରଙ୍କୁ ବିଭିନ୍ନ ଭାବେ ଆକୃଷ୍ଟ କରି ଯେକୌଣସିମତେ ୨ ଟି ଆସନକୁ ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧେଇବା ପାଇଁ ବିଜେପି – ବିଜେଡି ଓ କଂଗ୍ରେସ ଦଳ ତରଫରୁ ବହୁ ଉଦ୍ୟମ କରାଯାଇଛି. ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। – ଦକ୍ଷିଣ ଓଡ଼ିଶାର ଏହା ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ – ଚଳିତ ନିର୍ବାଚନରେ ଏଠି ଅଧିକ ରୋମାଞ୍ଚକର ସ୍ଥିତି ଦେଖୁବାକୁ – ମିଳିଥିଲା । ୨୦୧୯ ନିର୍ବାଚନରେ – ଏଠାରେ ବିଜେଡି ୩ୟ ଓ କଂଗ୍ରେସ = ଚତୁର୍ଥ ସ୍ଥାନରେ ରହିଥିଲା । ଭାକପାର ଜିତାପଟ ହେଇଥିବାବେଳେ ଗତଥର ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ଡ. ତିରୁପତି ପାଣିଗ୍ରାହୀ ଦ୍ବିତୀୟ ସ୍ଥାନରେ ରହିଥିଲେ । ମାତ୍ର ଚଳିତ ନିର୍ବାଚନରର ଗଣିତ କିଛି ଅଲଗା ରହିଛି । ବିଜେଡିରୁ ଯୁବ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି- ଗତ ଥରର ବିଜୟା ପ୍ରାର୍ଥୀ କେ ନାରାୟଣ ରାଓଙ୍କୁ ପୁଣି ସୁଯୋଗ ଦେଇଛି। ଏହି ଆସନ ପାଇଁ ଗୁମ୍ମା ବ୍ଲକର ଭୋଟ ସର୍ବଦା ନିର୍ଣ୍ଣାୟକ ହୁଏ ଯାହାକି କଂଗ୍ରେସ ଦଳର ହେଇଥାଏ ଯାହା ଗଡ କୁହାଯାଏ । ଯେଉଁ କାରଣରୁ କଂଗ୍ରେସ ୨୦୧୪ରେ ଏହି ଆସନ ଜିତିଥିଲା । ମାତ୍ର ୨୦୧୯ ରେ ସେପରି କିଛି ପ୍ରଭାବ ଦେଖିବାକୁ ମିଳିଲା ନାହିଁ ବିଜେପି ସହଜ ବିଜୟ ହାସଲ୍ କଲା। ଚଳିତ ଥର କଂଗ୍ରେସ ଏହି ଭୋଟ ଉପରେ ଆଶା ବନ୍ଧିଛି । ଅନ୍ୟପକ୍ଷରେ ବିଜେଡ଼ି ଓ ବିଜେପି ଗୁମ୍ମା ସମେତି କାଶୀନଗର, ଗୋଷାଣୀ ଓ ପାରଳା ପୌରାଞ୍ଚଳ ଉପରେ ନକର ରଖୁଛନ୍ତି ଛନ୍ତି. କଂଗ୍ରେସ ମଧ୍ୟ ଏସବୁ ସ୍ଥାନ ଉପରେ କିଛିଟା ନିର୍ଭର କରୁଛି. ହେଲେ ପାରଳା ବିଧାନସଭା ଆସନରେ କେଉଁ ଦଳର ଜିତାପଟ ହେବ ଓ କିଏ ବିଧାୟକ ହେବ ତାହା ସ୍ପଷ୍ଟ ହେବ ଆଗାମୀ ଜୁନ ୪ ତାରିଖ ଦିନ ଭୋଟ ଗଣତିର ଘୋଷଣା ପରେ ସେହିପରି ଗଜପତି ଜିଲ୍ଲାର ମୋହନା ଆସନରୁ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳର ଦାଶରଥି ଗମାଙ୍ଗ ବିଜୟ ଲାଭ କରିଥିଲେ. ଗତ ନିର୍ବାଚନରେ ମୋହନାରେ ବିଜେଡି 2ୟ ଓ ବିଜେପି ୩ୟ ସ୍ଥାନରେ ରହିଥିଲେ. ଚଳିତ ନିର୍ବାଚନରେ କଂଗ୍ରେସ ଦଳ ପୁଣି ବିଧାୟକ ଦାଶରଥି ଗମାଙ୍ଗଙ୍କୁ ରିପିଟ କରିଥିବାବେଳେ ବିଜେଡି ଗତ ଥରର ପ୍ରାର୍ଥୀନୀଙ୍କ ସ୍ୱାମୀ ଅନ୍ତର୍ଯମୀ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି. ସେହିପରି ବିଜେପି ଦଳ ମଧ୍ୟ ଗତ ଥରର ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକଙ୍କୁ ପୁଣି ଚଳିତ ନିର୍ବାଚନରେ ରିପିଟ କରି ପ୍ରାର୍ଥୀ କରିଛି. ଏହି ୩ ଦଳ ଓ ୩ ପ୍ରାର୍ଥୀଙ୍କ ମଧ୍ୟରେ ମୋହନା ଆସନରେ ମୁଖ୍ୟତ ତୀବ୍ର ପ୍ରତିଦ୍ବନ୍ଦୀତା ହୋଇଥିଲା. ଆଗାମୀ ୪ ତାରିଖ ଭୋଟ ଗଣତିରେ ବିଜେପି ଦଳର ବିଜୟ ନିଶ୍ଚିତ ବୋଲି ଦାବି କରୁଥିବାବେଳେ ବିଜେଡି ଓ କଂଗ୍ରେସ ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ଅନୁରୂପ ଦାବି କରିଛନ୍ତି. ହେଲେ ଆଗାମୀ ୪ ତାରିଖ ଦିନ ସ୍ପଷ୍ଟ ହୋଇଯିବ ଗଜପତିର ପାରଳା ଓ ମୋହନା ଆସନରୁ କେଉଁ ଦଳ ବିଜୟ ମୁକୁଟ ପିନ୍ଧିବ.


