ରାଜସ୍ୱ ଅଧିକାରୀଙ୍କୁ ଆକ୍ରମଣ ପ୍ରତିବାଦରେ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ହାଟଡିହି, (ବିକାଶ ବିଶ୍ୱାଳ ) : ରାଜସ୍ୱ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିଲେ ମଧ୍ୟ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପ୍ରତିବାଦରେ ଆଜି ହାଟଡିହି ତହସିଲର ସମସ୍ତ ରାଜସ୍ୱ ଅଧିକାରୀ, କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିଛନ୍ତି । ଗତ ୧୧ତାରିଖ ଦିନ ଘସିପୁରା ତହସିଲର ଖଡିବିଲ ମୌଜାରେ ଚାଲିଥିବା ବେଆଇନ ବାଲିଘାଟ ଉପରେ ଚଢ଼ାଉ କରିବାକୁ ଯାଇଥିବା କିଛି ରାଜସ୍ୱ ଅଧିକାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏନେଇ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ସେପରି କୌଣସି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନନେଇ କୋହଳ ଦଫା ଲଗାଇ ଜଣକୁ ଗିରଫ କରିଥିଲା । ତେଣୁ ଗିରଫ ଅଭିଯୁକ୍ତ ଜଣକ ଦିନକରେ ଜାମିନିରେ ପଳାଇ ଆସିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ଧରି ନଥିବାବେଳେ ଗତକାଲି ଆନନ୍ଦପୁର ତହସିଲର ରାଜସ୍ୱ ନିରୀକ୍ଷକ ସୀମାସିମନ୍ତିନୀ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ରାଜସ୍ୱ ନିରୀକ୍ଷକ ଓ କର୍ମଚାରୀ ମାନେ କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହୋଇଛି । ଏଣୁ ରାଜସ୍ୱ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ସହିତ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ତହସିଲ ଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ରାଜସ୍ୱ ସୁପର ଭାଇଜର ପିତାମ୍ବର ଜେନା, ଆଶୋକ କୁମାର ପାଢ଼ୀ, ସୁନିଲ କୁମାର ନାୟକ, ସୁଶାନ୍ତ କୁମାର ସାମଲ, ସନ୍ତୋଷ କୁମାର ଚାଟାର୍ଜି, ସୁଧାଶୁଂ ଶେଖର ପାତ୍ର, କୃଷ୍ଣ ଚନ୍ଦ୍ର ଦାସ, ନିକୁଞ୍ଜ କୁମାର ବିଶ୍ୱାଳ, ସିତିକଣ୍ଠ ପତି, ସୀପାମୁଦ୍ରା ଜେନା, ମାନସ ରଞ୍ଜନ ପରିଡା, କେଦାର କୁମାର , ଜଗବନ୍ଧୁ ଜେନା, ମାନସ କୁମାର ପାଢ଼ୀ, ସୌମ୍ୟା ବଳ, ଜତିନ୍ଦ୍ର କୁମାର ବୈଠା, ପ୍ରଜ୍ଞା ପରମିତା ସା, ଜ୍ଞାନେନ୍ଦ୍ର କୁମାର ନାୟକ, ଭକ୍ତିଲତା ଖମାରୀ, ଏକାଦଶୀ ମଲ୍ଲିକ, ପଦ୍ମନାଭ ନାହାକ,ପ୍ରଶାନ୍ତ ଜେନାଙ୍କ ସମେତ ସମସ୍ତ ରାଜସ୍ୱ କର୍ମଚାରୀମାନେ ସାମିଲ ହୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ