ରାଜସ୍ୱ ରିଭିଜନ କେଶ୍‌ର ଶୁଣାଣି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭୁବନେଶ୍ୱରସ୍ଥ ଚନ୍ଦକା ଥାନା ଅନ୍ତର୍ଗତ ପଥରଗାଡିଆ ମୌଜାର ବିବାଦୀୟ ପ୍ଲଟ୍‌କୁ ନେଇ ମାନ୍ୟବର ରାଜସ୍ୱ ପର୍ଷଦ, କଟକ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଜଣାଇଛନ୍ତି ଯେ କେସ୍ ନଂ୩୬୨/୨୦୧୬ କେସ୍ ଜ୍ୟୋସ୍ନାରାଣୀ ଶତପଥୀ ଓ ପ୍ରତିବାଦୀ ଲକ୍ଷ୍ମୀ ନୃସିଂହ ପାଢୀ, ସୂର୍ଯ୍ୟ ନାରାୟଣ ପାଢୀ, ଜନାର୍ଦ୍ଦନ ପାଢୀ ଆଦିଙ୍କ ଭିତରେ ଚାଲୁରହିଛି । ମାତ୍ର ପ୍ରତିବାଦୀ ବ୍ୟକ୍ତିଙ୍କ ଠିକଣାରେ ପଠାଯାଇଥିବା ନୋଟିସ୍‌ଟି ଫେରସ୍ତ ଆସିବାରୁ ଏହି କେଶର ଶୁଣାଣି ଆଗାମୀ ମାର୍ଚ୍ଚ ୧୦ ତାରିଖରେ ୟୁନିଟ୍ ୫, କେଶରୀନଗର, ରାଜୀବ ଭବନ ପଛ ପାଶ୍ୱର୍ରେ ଦିବା ୧୧.୩୦ ଘଟିକା ସମୟରେ କରାଯିବ ବୋଲି ମାନ୍ୟବର ରାଜସ୍ୱ ପର୍ଷଦ ଜଣାଇଛନ୍ତି । ଏଣୁ ଉକ୍ତ ମାମଲାର ପ୍ରତିବାଦୀମାନେ ଦାବୀ କରୁଥିବା ସଂପତିର ଦାବୀଦାର ପାଇଁ ନିର୍ଦ୍ଧାରିତ ତାରିଖ ଓ ସମୟରେ ଉପସ୍ଥିତ ରହିବା ପାଇଁ ଜଣାଇଛନ୍ତି । ଅନ୍ୟଥା ଆଇନାନୁଯୀ ଉକ୍ତ ମୋକଦ୍ଦମାର ଫଏସଲା କରିବା ପାଇଁ ମଧ୍ୟ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ