ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା) :ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଦସ୍ୟ ତଥା ଜିଲା ମୋହରୀର ସଂଘର ପୂର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଭୀର ଶୋକ ପାଇଛି । କମିଟିର ଜଣେ ସକ୍ରିୟ ସଦସ୍ୟ ଭାବେ ଜିଲାର ମୋହରୀରମାନଙ୍କୁ ସଙ୍ଗଠିତ କରି ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ସାମିଲ କରାଇଥିଲେ । ତାଙ୍କ ବିୟୋଗରେ ଜିଲା କମିଟି ପକ୍ଷରୁ ସଭାପତି ମମତା ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଓ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ପ୍ରମୁଖ ଏକ ଶୋକବାର୍ତ୍ତାରେ ସ୍ୱର୍ଗତ ମହାନ୍ତିଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।


