ରାଜ୍ୟବାସୀଙ୍କୁ ଅବହେଳା ବିରୁଦ୍ଧରେ ଉଚ୍ଚନ୍ୟାୟାଳୟକୁ ଗଲେ ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବମଙ୍ଗଳ ନ୍ୟାସର ସଭାପତି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଜ୍ୟରେ ଦେଖା ଦେଇଥିବା ମହାମାରୀ କରୋନାର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ମାତ୍ର ଏ ଅପାରଗ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ରାଜ୍ୟରେ ଲୋକ ଦେଖାଣିଆ ସିସିସି. ସିସିଏଚ୍‌, ଟିଏଲ୍‌ସି ମାନ ଖୋଲି କରୋନା ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କା ହଡ଼ପ କରି ଖାଇ ସାରିବା ପରେ ଏବେ ଉକ୍ତ ସେଣ୍ଟର ଗୁଡ଼ିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଭାବେ ବାରି ହେଉଛି ଯେ, ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ । ଗତ ୧୫.୮.୨୦୨୦ରେ ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବ ମଙ୍ଗଳ ନ୍ୟାସର ସଭାପତି ଯେତେବେଳେ ଉଚ୍ଚ ନ୍ୟାୟାଳୟକୁ ରାଜ୍ୟବାସୀଙ୍କ ହକ୍ ପାଇଁ ଯାଇଥିଲେ ଏବଂ ନ୍ୟାୟଧୀଶଙ୍କ ପାଖରେ ଏହା ପ୍ରାର୍ଥନା କରିଥିଲେ ଯେ ରାଜ୍ୟରେ ଯେଉଁଭଳି ଭାବରେ କରୋନା ବ୍ୟାପିବାରେ ଲାଗିଛି, ବୃଦ୍ଧ, ଶିଶୁ ଓ ଆସନ୍ନ ପ୍ରସବା ମହିଳାମାନେ କୌଣସି ସରକାରୀ ବା ବେସରକାରୀ ଚିକିତ୍ସାଳୟକୁ ଯାଉଛନ୍ତି ତାହେଲେ ଉକ୍ତ ମହାମାରୀର ଶିକାର ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏହାକୁ ଆଖି ଆଗରେ ରଖି ପ୍ରତ୍ୟେକ ପଞ୍ଚାୟତରେ ତାଲିମ ଶେଷ କରିଥିବା ପାରା ମେଡ଼ିକାଲ ଷ୍ଟାଫଙ୍କୁ ଅଧିକରୁ ଅଧିକ ନିଯୁକ୍ତି ଦିଆଯାଆନ୍ତା ତାହେଲେ ସମସ୍ତ ପରିବାରର ସଭ୍ୟ ସେବା ପାଇପାରନ୍ତେ । ଗତ ୧୫.୮.୨୦୨୦ରିଖ ଦିନ ରାଜ୍ୟ ସରକାର ତତ୍ପର ହୋଇ ୭୦୦୦ ପାରା ମେଡ଼ିକାଲ ଷ୍ଟାଫଙ୍କୁ ୩ ମାସ ପାଇଁ ଅସ୍ଥାୟୀ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କଲେ । ରାଜ୍ୟବାସୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଯିବା ଭୟରେ ତତ୍ପର ହୋଇ ନିର୍ଦ୍ଦେଶନାମା ଜାରି କରିଥିଲେ । ଉକ୍ତ ନିର୍ଦ୍ଦେଶନାମା ଅନୁଯୟୀ ସମସ୍ତ ଜିଲ୍ଲାରେ ପାରା ମେଡ଼ିକାଲ ଷ୍ଟାଫ ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ହେଲେ ୧ ମାସ ନ ପୁରୁଣୁ ନିଯୁକ୍ତି ପାଇଥିବା ମାରା ମେଡ଼ିକାଲ ଷ୍ଟାଫମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ଏହାକୁ ନେଇ ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବ ମଙ୍ଗଳ ନ୍ୟାସର ସଭାପତି ପାର୍ଥସାରଥୀ ଜେନା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି (ପି.ଆଇ.ଏଲ୍ ୨୭୩୧୭/୨୦୨୦) ଆବେଦନ କରିଛନ୍ତି । ଉକ୍ତ ସିସିସି, ସିସିଏଚ୍‌, ଟିଏଲ୍‌ସି ଓ ସମସ୍ତ ପାରା ମେଡ଼ିକାଲ ଷ୍ଟାଫଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଯାଉ । ଯଦି ଏହା ଯଥାଶୀଘ୍ର ନ କରାଯାଏ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଗାନ୍ଧୀମାର୍ଗଠାରେ ଆମରଣ ଅନଶନରେ ବସିବେ ବୋଲି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଶ୍ରୀଯୁକ୍ତ ଜେନା ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ