ରାଜ୍ୟ ପାଇଁ ଗୌରବ ଆଣିଲେ ଗଞ୍ଜାମ ର ଝିଅ ମନସ୍ୱନୀ ମହାରଣା

ଗଂଜାମ, (ବିନୋଦ ପଲାଇ) :-ଦୁଃସାହସିକ ନୌଚାଳନା କୁଇନ ମନସ୍ୱନୀ ମହାରଣା ଓଡ଼ିଶାର ଏକ ମାତ୍ର ଝିଅ ଭାବେ ୱାଣ୍ଡ ସପିଂ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ,ଗୋଆରେ ଅନୁଷ୍ଠିତ ସର୍ବଭାରତୀୟ ବୋର୍ଡସେଲିଂ ଚାମ୍ପିୟାନ ସିପରେ ରୋପ୍ୟ ପଦକ ହାସଲ କରିଛନ୍ତି । ଯାହା ନିଜ ଗ୍ରାମ ,ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି । ଏହି ସଫଳତା ପାଇଁ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ ଓ ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ଫୁଲତୋଡ ଦେଇ ଶୁଭେଚ୍ଛା ଜଣାଇଥିଲେ । ଗଞ୍ଜାମ ବ୍ଲକର ମଲାଡ଼ ପଞ୍ଚାୟତ ର ପଣିବନ୍ଦ ଗ୍ରାମର ବାସିନ୍ଦା ଭାସ୍କର ମହାରଣା ଓ ପ୍ରମିଳା ମହାରଣାଙ୍କ ଝିଅ ମନସ୍ୱନୀ ମହାରଣା ନିଜର ଇଚ୍ଛା ଶକ୍ତି ଓ ନିଷ୍ଠା ବଳରେ ଆନ୍ତଜାତୀୟ ସମୁଦ୍ରବୁଡାଳି ସବୀର ବକ୍ସରଙ୍କ ଠାରୁ ପ୍ରଶିକ୍ଷଣ ନେଇ ଆର୍ଥିକ ଅନାଟନ ସ୍ୱତେ ପ୍ରଥମେ ୨୦୧୩ ମସିହାରେ ଜତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶାର ଏକ ମାତ୍ର ଝିଅ ଭାବେ ଲଗାତାର ୧୩ଟି ସ୍ଵର୍ଣ ପଦକ ହାସଲ କରି କ୍ରୀଡା ଜଗତରେ ନିଜର ପରାଦ୍ରଷ୍ଟା ଦେଖାଇ ଚର୍ଚ୍ଚାକୁ ଆସିଥିଲେ । ସେଠାରୁ ଆଉ ପଛକୁ ଫେରିନଥିଲେ। ୨୦୧୪ ଓ,୧୫ ମସିହାରେ ଜତୀୟସ୍ତର ପ୍ରତିଯୋଗିତାରେ ସ୍ଵର୍ଣପଦକ, ୧୬ ଓ ୧୭ ମସିହାରେ ବ୍ରୋଞ୍ଚ ପଦକ ହାସଲ କରିଥିଲେ । ୨୦୧୮ ମସିହାରେ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରତିଯୋଗିତାରେ ଭାଗନେଇ ସ୍ଵର୍ଣପଦକ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ କୌଣସି ପ୍ରତିଯୋଗିତାରେ ଭାଗନେଇନଥିଲେ । ଦୀର୍ଘ ଚାରିବର୍ଷ ନୀରବତା ପରେ ଗୋଆ ହାୱାଲି ବିଚରେ ଚଳିତ ମାସ ୨୦ ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ଅଲଇଣ୍ଡିଆ ବୋର୍ଡ ସେଲିଂ ଚମ୍ପିୟାନସିପରେ ଓଡିଶାରୁ ଏକ ମାତ୍ର ଝିଅ ଭାବେ ମନସ୍ୱନୀ ଭାଗ ନେଇଥିଲେ। ପ୍ରତିଯୋଗିତା ୧୨ ରାଉଣ୍ଡ ବିଶିଷ୍ଟ ଥିବା ବେଳେ ଭଲ ପଦର୍ଶନ କରି ମନସ୍ୱନୀ ଓଡିଶାରୁ ଏକ ମାତ୍ର ଝିଅ ଭାବେ ପ୍ରଥମ ଥର ପାଇଁ ୱାଣ୍ଡ ସପିଂ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ । ଏହିଭଳି ବିରଳ କୃତିତ୍ୱ ହାସଲ କରିବା ପରେ ମନସ୍ୱନୀ ପ୍ରଥମ ବୋଲି ଜଣାପଡିଛି। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ପ୍ରଥମ ଥର ପାଇଁ ସହଯୋଗ ଯୋଗାଇ ଦିଆଯାଇଥିଲା । ଆଜି ଗୋଆରୁ ଫରିବା ପରେ ଗଂଜାମ ବ୍ଳକ କାର୍ଯ୍ୟାଳୟରେ ବିଡ଼ିଓ ବିଶ୍ୱଜିତ ରାୟ , ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଓଡିଶା ଜୀବିକା ମିଶନର ବିପିଏମ୍ ଜଳନ୍ଧର ମହାରଣା, ସକ୍ଷମର ସଭାପତି ବସନ୍ତ କୁମାର ମହାରଣା ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଏନେଇ ମନସ୍ୱନୀ ଗଞ୍ଜାମ ବିଡ଼ିଓଙ୍କ ସହଯୋଗ ଓ ଉତ୍ସହ ପାଇଁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ପାଇଁ ଏହି ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ଶହ ଶହ ମନସ୍ୱନୀ ସୃଷ୍ଟି କରିବା ତାଙ୍କର ଇଚ୍ଛା କହିବା ସହ ଆସନ୍ତା ମାସ ନଅ ତାରିଖରେ ବମ୍ବେ ଠାରେ ହେବାକୁ ଥିବା ଅନ୍ୟ ଏକ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବେ ବୋଲି କହିଛନ୍ତି । ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରରୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ